ମୁୁମ୍ବାଇ: ପୁଣି ଆସିଲା ବଲିଉଡ ଦୁନିଆରୁ ଦୁଃଖଦ ଖରବ। ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କୁ ସ୍ୱାମୀ ଆଉ ନାହାନ୍ତି। ତାଙ୍କ ସ୍ୱାମୀ ତଥା ଫିଲ୍ମ ମେକର ରାଜ କୌଶଲଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ରାଜଙ୍କ ଜଣେ ଘନିଷ୍ଠ ବନ୍ଧୁ ଏନେଇ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ଆଜି ସକାଳେ ରାଜ କୌଶଲଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବା ପୂର୍ବରୁ ହିଁ ତାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ବଲିଉଡର ଅନେକ ସେଲେବ୍ରିଟି ଶୋକ ପ୍ରକାଶ କରିଛନ୍ତି।
ରାଜ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ, ଭଳି ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।
ମୁକୁଲ ଆନନ୍ଦଙ୍କ ଘରେ ରାଜ କୌଶଲ ସହ ମନ୍ଦିରାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ମନ୍ଦିରା ସେଠାକୁ ଅଡିସନରେ ଦେବାକୁ ଯାଇଥିଲେ। ଯେତେବେଳେ ରାଜ ମୁକୁଲ ଆନନ୍ଦଙ୍କ ସହକାରୀ ଭାବରେ କାର୍ୟ୍ୟ କରୁଥିଲେ। ସେବେଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ। ୧୪ ଫେବୃଆରୀ ୧୯୯୯ ରେ ମନ୍ଦିରା ରାଜ କୌଶଲଙ୍କୁ ବିବାହ କରିଥିଲେ। ରାଜ ଏବଂ ମନ୍ଦିରାଙ୍କ ଦୁଇ ଛୁଆ ଅଛନ୍ତି।
Gone too soon. We lost Film maker and Producer @rajkaushal1 this morning. Very Sad. He was one of the producers of my first film #MyBrotherNikhil. One of those few who believed in our vision and supported us. Prayers for his soul. pic.twitter.com/zAitFfYrS7
— অনির Onir اونیر ओनिर he/him (@IamOnir) June 30, 2021
The post ମନ୍ଦିରାଙ୍କୁ ଏକା କରି ଚାଲିଗଲେ ରାଜ appeared first on Odisha Reporter.
from Odisha Reporter https://ift.tt/3jumtWu
No comments:
Post a Comment