କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ମା’ ମୃତଦେହ ନିକଟରେ ପଡ଼ି ରହିଥିଲା ଗୁରୁତର ଶିଶୁ। କେହି ନୃଶଂସ ମା’କୁ ଗଳା କାଟି ହତ୍ୟା କରିଥିବା ବେଳେ ଶିଶୁଟିକୁ ବି ରକ୍ତାକ୍ତ କରି ଫୋପାଡ଼ି ଦେଇ ପଳାଇଥିଲା। ଶିଶୁଟି ମରିଯାଇଥିବା ଭାବି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଶିଶୁଟି କିନ୍ତୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଏପରି ଅଭାବନୀୟ କାଣ୍ଡ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା କଣ୍ଡରାପାଟିଆ ଲୁଣା ଜଙ୍ଗଲ ରାସ୍ତାରେ ଘଟିଛି।
ଆଜି ଭୋରରୁ ଲୁଣା ଜଙ୍ଗଲ ରାସ୍ତାରେ ଜଣେ ମହିଳାଙ୍କ ମୃତଦେହ ପଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ମହିଳାଜଣଙ୍କୁ କେହି ଗଳା କାଟି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ତେବେ ମୃତଦେଦଠୁ ଅଳ୍ପ ଦୂରରେ ତାଙ୍କର ୩ବର୍ଷର ଶିଶୁ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଛି । ଶିଶୁଟିର ମୁଣ୍ଡକୁ ଦୁର୍ବୃତ୍ତ ଛେଚି ମରିଯାଇଥିବା ଭାବି ଫୋପାଡ଼ି ଦେଇ ପଳାଇଥିବା ଅନୁମାନ କରାଯାଉଛି।
ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଯୋଗେ ଶିଶୁକୁ ପ୍ରଥମେ ମହାକାଳପଡ଼ା ମେଡିକାଲ ପଠାଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି। ସେଠାରେ ଶିଶୁଟି ସାମାନ୍ୟ ସୁସ୍ଥ ଥିବା ଜଣାଯାଇଛି।
ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମହିଳାଜଣଙ୍କ ପରିଚୟ କ’ଣ, ସେ ଛୁଆଟିକୁ ଧରି କାହା ସହ ନିଛାଟିଆ ଜାଗାକୁ ଆସିଲେ, କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
The post ମହିଳାଙ୍କୁ ଗଳା କାଟି ହତ୍ୟା, ପାଖରେ ଥିଲା ୩ ବର୍ଷର ଶିଶୁ appeared first on Odisha Reporter.
from Odisha Reporter https://ift.tt/3zYVh7W
No comments:
Post a Comment