ନୂଆଦିଲ୍ଲୀ: କୋଭିଡ୧୯ର ଦ୍ୱିତୀୟ ଲହର ସାରା ଦେଶରେ ଭୟାନକ ସ୍ଥିତି ଉପୁଯାଇଥିଲା। ଯଦିଓ ଏହି ଭାଇରସ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି କିନ୍ତୁ ଆଗକୁ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ କହି ସାରିଛନ୍ତି। ଯେହେତୁ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଅଧିକ ଭୟାନକ ଥିଲା ତେଣୁ ତୃତୀୟ ଲହର ଆହୁରି ଭୟାନକ ହେବ ବୋଲି ଆକଳନ କରାଯାଉଛି। ହେଲେ ଏମିତି କିଛି ହେବନି। ଲଣ୍ଡନ ସ୍ଥିତ ଇମ୍ପେରିଆଲ କଲେଜ ଏବଂ ଆଇସିଏମଆର (ICMR) ମିଳିତ ଭାବରେ ଏପରି ଅଧ୍ୟୟନ କରି ଆଶଙ୍କା କରିଛନ୍ତି।
ଗାଣିତିକ ମଡେଲ ବିଶ୍ଳେଷଣ ଉପରେ ଆଧାର କରି ଏହି ଅଧ୍ୟୟନ ପୂର୍ବାନୁମାନ କରିଛି ଯେ ଟିକାକରଣ ଜୋରଦାର ହେଉଥିବାରୁ ତୃତୀୟ ଲହରର ପ୍ରଭାବ ଏତେଟା ରହିବ ନାହିଁ ବୋଲି ଆଶା କରାଯାଉଛି।ଅଧ୍ୟୟନରେ କୁହାଯାଇଛି ଦ୍ୱିତୀୟ ଲହର ବେଳେ ୪୦ ପ୍ରତିଶତ ଜନସଂଖ୍ୟା ତିନିମାସ ମଧ୍ୟରେ ଉଭୟ ଡୋଜ ନେଇଛନ୍ତି। ତେଣୁ ଟିକାକରଣର ପ୍ରଭାବ ସଂକ୍ରମଣର ପ୍ରଭାବକୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ। ତେଣୁ ଟିକାକରଣ ତୃତୀୟ ଲହର ଗମ୍ଭୀରତାକୁ ହ୍ରାସ କରିପାରେ।
ଆଇସିଏମଆର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଅନୁଧ୍ୟାନ କରିବା ବେଳେ ମୁଖ୍ୟତଃ ଚାରୋଟି ଆଧାରକୁ ବିଚାରକୁ ନେଇଛି। ଅଧ୍ୟୟନରେ ଦର୍ଶାଯାଇଛି ଯେ ସମୟ ସହିତ ସଂକ୍ରମଣ ଭିତ୍ତିକ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇପାରେ, ସଂକ୍ରମିତ ଲୋକମାନେ ପୁନର୍ବାର ସଂକ୍ରମିତ ହୋଇପାରିବେ ଯଦି ବର୍ତ୍ତମାନର ଭାଇରସ ଏହିଭଳି ଅପରିବର୍ତ୍ତି ରହିବ।
କରୋନାର ଦ୍ୱିତୀୟ ଲହର ପ୍ରଥମ ତୁଳନାରେ ଭାରତ ଭିତରେ ଅନେକ ଭୟଙ୍କର ପରିସ୍ଥିତି ଘଟାଇଛି। ଏମ୍ସ ବିଶେଷଜ୍ଞଙ୍କ ସମେତ ଅନେକ ବିଶେଷଜ୍ଞ କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତରେ କରୋନା ଭାଇରସର ତୃତୀୟ ଲହର ଆସିପାରେ। ଦେଶରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ବୃଦ୍ଧି ପାଇବା ପରଠାରୁ ଏହା ତୃତୀୟ ଲହର ପାଇଁ ଦାନା ବାନ୍ଧୁଥାଇପାରେ ବୋଲି କୁହାଯାଉଛି।
ଡେଲଟା ପ୍ଲସ୍ ଭାରିଆଣ୍ଟ ଏବେ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ଏହାକୁ ଲକ୍ଷ୍ୟ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାମିଲନାଡୁ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ଜମ୍ମୁ କଶ୍ମୀର ଏବଂ ହରିଆଣାକୁ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ନେବାକୁ କହିଛି। ଡେଲଟା ପ୍ଲସ୍ ଭାରିଆଣ୍ଟ ଅଧିକ ସଂକ୍ରାମକ ଏବଂ ଫୁସଫୁସ କୋଷରେ ଥିବା ରେସପ୍ଟର୍ସ ଗୁଡ଼ିକୁ ଅଧିକ ଶକ୍ତିଶାଳୀ କରେ। ତେଣୁ ମୋନୋକ୍ଲୋନାଲ ମଧ୍ୟ ଆଣ୍ଟିବଡି ପ୍ରଭାବକୁ ହ୍ରାସ କରିପାରେ।
The post ଦ୍ୱିତୀୟ ଭଳି ତୃତୀୟ ଲହର ତାଣ୍ଡବ ରଚିବନି: ICMR appeared first on Odisha Reporter.
from Odisha Reporter https://ift.tt/3AaNGU2
No comments:
Post a Comment