୧୯୦୧ ପରେ ଚଳିତ ଥର ମେ ମାସରେ ରେକର୍ଡ କଲା ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 11, 2021

୧୯୦୧ ପରେ ଚଳିତ ଥର ମେ ମାସରେ ରେକର୍ଡ କଲା ବର୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ ମାସରେ ଦୀର୍ଘ ୧୨ଟି ଦଶନ୍ଧିର ରେକର୍ଡ ଭାଙ୍ଗିଛି ବର୍ଷା। ୧୨୧ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ବର୍ଷା ଅଧିକ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ଏହା କହିଛି। ଏଭଳି ହେବାର କାରଣ ସାଇକ୍ଲୋନ ବୋଲି ଜଣାପଡ଼ିଛି। ଆଇଏମଡି କହିଛି ମେ ମାସରେ ସର୍ବାଧିକ ତାପମାତ୍ରା ୩୪.୧୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ପୂର୍ବରୁ ୧୯୭୭ରେ ତାପମାତ୍ରା ୩୩.୮୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ୧୯୨୭ରେ ୩୨.୬୮ ଡିଗ୍ରୀ ଏବଂ ଏବେ ୨୦୨୧ରେ ୩୪.୧୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁୟାୟୀ ମେ ୨୦୨୧ରେ ସମଗ୍ର ଦେଶରେ ୧୦୭.୯ ମିଲିମିଟର ବର୍ଷା ହୋଇଛି, ଯାହା ହାରାହାରି ୬୨ ମିମି ଠାରୁ ଅଧିକ। ଏହାପୂର୍ବରୁ ୧୯୯୦ରେ ସର୍ବାଧିକ ବର୍ଷା (୧୧୦.୭ ମିମି) ହୋଇଥିଲା। ମେ ମାସରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହୋଇଥିଲା। ଆରବ ସାଗରରେ ସାଇକ୍ଲୋନ୍ ତଉକତେ ଏବଂ ବଙ୍ଗୋପସାଗରରେ ସାଇକ୍ଲୋନ୍ ୟାସ୍ ଆସିଥିଲା। ଯଦିଓ ଏହି ଦୁଇଟି ଝଡ ଯୋଗୁଁ ବର୍ଷା ହୋଇଛି, କିନ୍ତୁ ଅନେକ କ୍ଷତି ମଧ୍ୟ ହୋଇଛି। ପାଣିପାଗ ବିଭାଗ କହିଛି ଯେ ୨୦୨୧ରେ ଗ୍ରୀଷ୍ମ ତିନିମାସ ମଧ୍ୟରେ ଉତ୍ତର ଭାରତ ଉପରେ ସାଇକ୍ଲୋନର ପ୍ରଭାବ ଅଧିକ ଥିବାରୁ ଅଧିକ ବର୍ଷା ହୋଇଛି।

The post ୧୯୦୧ ପରେ ଚଳିତ ଥର ମେ ମାସରେ ରେକର୍ଡ କଲା ବର୍ଷା appeared first on Odisha Reporter.



from Odisha Reporter https://ift.tt/35h16PP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages