କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବିଦ୍ୟୁତ୍ ତାରରେ ବେକ ଚିପି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏମିତି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡ଼ଙ୍ଗା ଗାଁରୁ।
ମୃତ ମହିଳାଙ୍କ ନାଁ ଉର୍ମିଳା ମାଝୀ। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ଜୟରାମ ମାଝୀ।
ସୂଚନା ଅନୁଯାୟୀ, ଜୟରାମ ପ୍ରାୟତଃ ପତ୍ନୀ ଉର୍ମିଳାଙ୍କ ସହ ଝଗଡ଼ା କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ବି ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ଜୟରାମ ଏକ ବିଦ୍ୟୁତ୍ ତାରରେ ଉର୍ମିଳାଙ୍କ ବେକକୁ ଚାପି ମାରି ଦେଇଥିଲେ।
ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପୁଲିସ୍ ଜୟରାମଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣା ସଂପର୍କରେ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ଉର୍ମିଳାଙ୍କ ବାପ ଘର ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଝାଲକୁସମ ଗାଁରେ। ୫ ବର୍ଷ ତଳେ ସେ ଜୟରାମଙ୍କୁ ବାହା ହୋଇଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।
The post ବିଦ୍ୟୁତ୍ ତାରରେ ବେକ ଚିପି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/2RTv5dE
No comments:
Post a Comment