ଅମୃତସର: ହିନ୍ଦୁ, ମୁସଲିମ, ଶିଖ, ସାଇ ହମ ସବ ଭାଇଭାଇ। ଏହି ନାରା ହିଁ ଭାରତର ଏକତା ଓ ସ୍ୱତନ୍ତ୍ରତାକୁ ଦର୍ଶାଇ ଥାଏ। ଅନେକ ସମୟରେ ରାଜନୀତିକ ପଶାପାଲିରେ ଧର୍ମକୁ ନେଇ ବାଦବିବାଦ ସୃଷ୍ଟି ହେଉଛି। କିନ୍ତୁ ଏବେ ବି ଅନେକ ସ୍ଥାନରେ ଭାଇଚାରା ଦେଖିବାକୁ ମିଳୁଛି।
ଏମିତି ଏକ ଭାଇଚାରାର ଉଦାହରଣ ପଞ୍ଜାବର ଗୋଟିଏ ଗାଁର ଲୋକମାନେ ସମସ୍ତଙ୍କୁ ଦେଖାଇଛନ୍ତି। ପଞ୍ଜାବର ମୋଗାରେ ଥିବା ଭୋଲାର ଗାଁର ଲୋକମାନେ ଏଠାରେ ରହୁଥିବା ୪ ମୁସଲିମ ପରିବାର ଲୋକଙ୍କ ପାଇଁ ଗୋଟିଏ ମସଜିନ ନିର୍ମାଣ କରିବାକୁ ଏକାଠି ହୋଇଛନ୍ତି।
୧୯୪୭ ମସିହା ବିଭାଜନ ପରେ ଏହି ମୁସଲିମ ପରିବାରର ଲୋକ ଏଠାରେ ରହିବାକୁ ମନସ୍ଥ କରିଥିଲେ। ହେଲେ ଗାଁରେ ଗୋଟିଏ ହେଲେ ମସଜିଦ ନଥିବାରୁ ସେମାନେ ଅନ୍ୟତ୍ର ଯାଇ ପ୍ରାର୍ଥନା କରନ୍ତି। ଏହାକୁ ଦୂର କରିବା ପାଇଁ ଗାଁ ଲୋକମାନେ ମସଜିଦ ନିର୍ମାଣ କରିବାକୁ ଆଗେଇ ଆସିଛନ୍ତି। ଗାଁରେ ୭ଟି ଗୁରୁଦ୍ୱାର ଓ ଦୁଇଟି ମନ୍ଦିର ରହିଛି। ହେଲେ ଏଠାରେ କୌଣସି ମସଜିଦ ନାହିଁ।
ମସଜିଦଟିଏ ନିର୍ମାଣ କରିବା ପାଇଁ ଗାଁ ଲୋକମାନେ ୧୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ଯାଏ ଦାନ କରିଛନ୍ତି। ରବିବାର ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବାର ଥିଲା। କିନ୍ତୁ ପ୍ରବଳ ବର୍ଷା ଯୋଗୁ ଏହା ସମ୍ଭବ ହୋଇପାରି ନଥିଲା। ବର୍ଷା ଯୋଗୁ ନିକଟସ୍ଥ ଗୁରୁଦ୍ୱାରରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗୁରୁଦ୍ୱାରର ଗେଟ୍ ଖୋଲା ଯିବା ସହ ଲଙ୍ଗରର ଆୟୋଜନା କରାଯାଇଥିଲା।
ଗାଁର ସରପଞ୍ଚ ପାଲା ସିଂହ କହିଛନ୍ତି, “୧୯୪୭ ବିଭାଜନ ପୂର୍ବରୁ ଏଠାରେ ମସଜିଦ ଥିଲା। କିନ୍ତୁ ଏହା ସମୟ ବିତିବା ସହ ମାଟିରେ ମିଶି ଯାଇଥିଲା। ଆମ ଗାଁରେ ବିଭାଜନ ପରଠାରୁ ୪ଟି ମୁସଲିମ ପରିବାର ରହୁଛନ୍ତି। ଆମ ଗାଁରେ ହିନ୍ଦୁ, ଶିଖ ଓ ମୁସଲିମ ପରିବାର ଏକାଠି ହୋଇ ଚଳୁଛନ୍ତି।
ଗାଁ ଲୋକମାନେ ମୁସଲିମ ପରିବାରର ପୂଜାର୍ଚ୍ଚନା କରିବାକୁ ମସଜିଦ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଯେଉଁଠାରେ ମସଜିଦ ଥିଲା ସେଠାରେ ଏହାକୁ ଆଉ ଥରେ ତିଆରି କରିବାକୁ ସମସ୍ତେ ଆଗେଇ ଆସିଛନ୍ତି। ମାତ୍ର କିଛି ଘଣ୍ଟା ମଧ୍ୟରେ ମସଜିଦ ପାଇଁ ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଥିଲା।
ମସଜିଦ ନିର୍ମାଣ ପାଇଁ କାର୍ଯ୍ୟକ୍ରମ କରାଯାଇଥିଲେ ଓ ଗାଁର ସବୁ ଲୋକ ଧର୍ମ ନିର୍ବିଶେଷରେ ଏଥିରେ ଯୋଗଦେଇଥିଲେ। ମସଜିଦ ଗାଁର ୧୦ମ ଧର୍ମପୀଠ ହେବ।”
The post ୪ ମୁସଲିମ ପରିବାର ପାଇଁ ମସଜିଦ ତିଆରି କରିବାକୁ ଆଗେଇ ଆସିଲେ ଗାଁ ଲୋକ appeared first on Odisha Reporter.
from Odisha Reporter https://ift.tt/3vrjTTc
No comments:
Post a Comment