ଡେଲଟା ଭାରିଏଣ୍ଟ ପାଇଁ ଏହି ଦେଶରେ ଆଉ ମାସେ ବଢ଼ିଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ଡେଲଟା ଭାରିଏଣ୍ଟ ପାଇଁ ଏହି ଦେଶରେ ଆଉ ମାସେ ବଢ଼ିଲା କଟକଣା

ଲଣ୍ଡନ: ଭାରତରେ ପ୍ରଥମେ ଠାବ ହୋଇଥିବା ଡେଲଟା ଭାରିଏଣ୍ଟ ଏବେ ବ୍ରିଟେନର ଚିନ୍ତା ବଢ଼ାଇଛି। ଡେଲଟା ଭାରିଏଣ୍ଟ ଯୋଗୁ ସଂକ୍ରମଣ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇଂଲଣ୍ଡରେ ଲାଗୁ ହୋଇଥିବା କଟକଣାକୁ ଆଉ ୪ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି।

ସଂକ୍ରମଣ କମୁଥିବାରୁ ଜୁନ୍ ୨୧ରୁ ସମଗ୍ର ଦେଶରୁ ସମସ୍ତ ପ୍ରକାରର କଟକଣା ହଟାଇବାକୁ ଜନସନ ଯୋଜନା କରିଥିଲେ। ହେଲେ ଏବେ ଡେଲଟା ଭାରିଏଣ୍ଟ ପାଇଁ କଟକଣା ଆଉ ମାସେ ବୃଦ୍ଧି କରାଯାଇଛି।

ମାର୍ଚ୍ଚ ମାସରୁ ଦେଶର ବିଭିନ୍ନ ପ୍ରାପ୍ତରେ କଟକଣା କୋହଳ କରାଯାଉଛି। ଜୁନ୍‌ ୨୧ରୁ ପୂରା ଦେଶର ଅର୍ଥନୀତିକୁ ଖୋଲାଯିବାର ଥିଲା। ଏଥିପାଇଁ ଖବର କାଗଜରେ ଫ୍ରିଡମ ଡେ’ ପାଇଁ କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଥିଲା। ଜୁନ୍‌ ୨୧କୁ ଦେଶରେ ଫ୍ରିଡମ ଡେ’ ଭାବେ ପାଳନ କରାଯିବାକୁ ଯୋଜନା ହୋଇଥିଲା।

ନାଇଟ କ୍ଲବ ଠାରୁ ଆରମ୍ଭ କରି ସାମାଜିକ ଦୂରତା ନିୟମ ହଟିବ ବୋଲି କୁହାଯାଇଥିଲା। ହେଲେ ଏବେ ସବୁ କିଛି ଅଧୁରା ରହି ଯାଇଛି। ଜନସନ କହିଛନ୍ତି, ଦ୍ରୁତ ସଂକ୍ରମଣ ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଛି।

ହେଲେ ଏହି ସମୟରେ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରାଯିବ। ବର୍ତ୍ତମାନ ସ୍ଥିତି ଯାହା ମୁଁ ବିଶ୍ୱାସର ସହ କହିବାକୁ ଚାହୁଁଛି ଯେ ୪ ସପ୍ତାହ ପରେ ସବୁ କିଛି ଠିକ୍‌ ହୋଇଯିବ। କଟକଣା ଜୁଲାଇ ୧୯ ପରେ ଆଉ ବଢ଼ାଇବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

The post ଡେଲଟା ଭାରିଏଣ୍ଟ ପାଇଁ ଏହି ଦେଶରେ ଆଉ ମାସେ ବଢ଼ିଲା କଟକଣା appeared first on Odisha Reporter.



from Odisha Reporter https://ift.tt/3wpYY4r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages