ଯୋଗୀଙ୍କୁ ପ୍ରଶଂସା କଲେ ମୋଦି, ଜଳକା ହେଲେ ସମାଲୋଚକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

ଯୋଗୀଙ୍କୁ ପ୍ରଶଂସା କଲେ ମୋଦି, ଜଳକା ହେଲେ ସମାଲୋଚକ

ନୂଆଦିଲ୍ଲୀ: ୟୁପିର ଶାସକ ଦଳ ବିଜେପିରେ କନ୍ଦଳ ଭରପୁର ରହିଛି। ଏହାକୁ ଲୁଚାଇବାକୁ ବିଜେପିର ଶୀର୍ଷ ନେତା ଚେଷ୍ଟା କରୁଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ନାହାନ୍ତି। ରାଜନୀତିକ ପଣ୍ଡିତମାନେ ଏଭଳି କିଛି ଆକଳନ କରିଥିଲେ ଯେତେବେଳେ ଗତ ସପ୍ତାହରେ ଯୋଗୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। କିନ୍ତୁ ରବିବାର ମୋଦି ଯୋଗୀଙ୍କୁ ପ୍ରଶଂସା କରି ସମସ୍ତ କଳ୍ପନାଜଳ୍ପନାର ପୂର୍ଣ୍ଣଛେଦ ଟାଣି ଦେଇଛନ୍ତି।

ୟୁପି ସରକାର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସହିତ ଅନ୍ୟାନ୍ୟ ସେବା ଯୋଗାଇଦେବା ପାଇଁ ହେଲପ ଲାଇନ ନମ୍ୱର ଜାରି କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଯୋଗୀ ସରକାରକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ପଦକ୍ଷେପ ଏକ ଭଲ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ମୋଦିଙ୍କ ଏହି ଟ୍ୱିଟ୍ ରାଜୀନିତକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱ ବୋଲି କୁହାଯାଉଛି। କାରଣ ଯୋଗୀଙ୍କ ଉପରେ ମୋଦି ନାଖୁସ ଥିବା ଚର୍ଚ୍ଚା ହେଉଥିଲା।

ନିକଟରେ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଆସି ବିଜେପି ସଭାପତି ଜେପି ନଡ୍ଡ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ଚର୍ଚ୍ଚା ହେଉଥିଲା ଯୋଗୀଙ୍କ ଉପରେ ମୋଦି ଅସନ୍ତୋଷ ରହିଛନ୍ତି। ଯୋଗୀଙ୍କ ସରକାରରେ ଅଦଳ ବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ଏମିତିକି ମୁଖ୍ୟମନ୍ତ୍ରୀ ପଦରୁ ଯୋଗୀ ବିଦା ହୋଇପାରନ୍ତି। ବିଜେପିରେ ଥିବା କନ୍ଦଳକୁ କେନ୍ଦ୍ରୀୟ ନେତା ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜନୀତିକ ପଣ୍ଡିତମାନେ ଏଭଳି କିଛି ଆକଳନ କରିଥିଲେ। ସେହିପରି ନିକଟରେ ଯୋଗୀଙ୍କ ଜନ୍ମଦିନ ଯାଇଥିଲା ହେଲେ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୁଭେଚ୍ଛା ଜଣାଇନଥିବାରୁ ମଧ୍ୟ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ରବିବାର ନରେନ୍ଦ୍ର ମୋଦିଙ୍କ ଏହି ଟ୍ୱିଟ୍ ସମସ୍ତ ଆକଳର ପୂର୍ଣ୍ଣଛେଦ ପକାଇଛି।

ତେବେ ମୋଦିଙ୍କ ସହ ବୈଠକ ପରେ ଯୋଗୀ ଟ୍ୱିଟ୍ କରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ନିଜର ବ୍ୟସ୍ତବହୁଳ ସମୟରୁ ପ୍ରଧାନମନ୍ତ୍ରୀ ତାଙ୍କୁ ସମୟ ଦେଇଥିବାରୁ ଟ୍ୱିଟ୍ କରି ସେ ଖୁସି ବ୍ୟକ୍ତ କରିଥିଲେ।

The post ଯୋଗୀଙ୍କୁ ପ୍ରଶଂସା କଲେ ମୋଦି, ଜଳକା ହେଲେ ସମାଲୋଚକ appeared first on Odisha Reporter.



from Odisha Reporter https://ift.tt/3wyOeR6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages