କୋଭିଡ୍‌ କଟକଣା ପାଇଁ ଫିକା ପଡ଼ିଛି ରଜ, ତଥାପି ସବୁଠି ପିଠାର ମହକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

କୋଭିଡ୍‌ କଟକଣା ପାଇଁ ଫିକା ପଡ଼ିଛି ରଜ, ତଥାପି ସବୁଠି ପିଠାର ମହକ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଆଜି ପହିଲି ରଜ l ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ ଫିକା ପଡଛି ଗଣପର୍ବ l ଦେଖିବାକୁ ମିଳୁନି ପୂର୍ବ ପରି ଉତ୍ସାହ ଉଦ୍ଦୀପନା l

ତଥାପି ପରିବାର ଭିତରେ ରଜ ପିଠା, ରଜ ପାନ ତିଆରି କରି ଲୋକେ ପର୍ବ ପାଳନ କରୁଛନ୍ତି l କୁଆଁରୀ ଝିଅମାନେ ରଙ୍ଗ, ଅଳତା, ମେହେନ୍ଦୀ ଲଗେଇବା ସହ ରଜକୁ କୋଭିଡ କଟକଣା ଭିତରେ ପାଳିବାକୁ ଉଦ୍ୟମ ଜାରି ରଖିଛନ୍ତି l ଦୋଳି ଖେଳ ସାଙ୍ଗକୁ ଘର ପିଣ୍ଡାରେ ତାସ, ଲୁଡୁର ଆସର ଜମାଇବାକୁ  ପ୍ରସ୍ତୁତ ହେଉଛନ୍ତି ଝିଅମାନେl

ଗାଁଠୁ ସହର ସବୁଠି ପିଠାପଣାର ମହକ l କରୋନା କଟକଣା ପାଇଁ ସାମୁହିକ ରଜ ପର୍ବର ଆୟୋଜନ ହେଉନଥିଲେ ମଧ୍ୟ ଘରେ ରହି ରଜ ପାଳନ କରୁଛନ୍ତି ଲୋକେ l

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମଧ୍ୟ ରଜ ପାଇଁ ସଜବାଜ ଆରମ୍ଭ ହୋଇଛି l କୁନି କୁନି ପିଲା ପାଦରେ ଅଳତା, ମୁହଁରେ କୁଙ୍କୁମ ଲଗେଇ ନୂଆ ଡ୍ରେସ ପିନ୍ଧି ସଜ ହୋଇଛନ୍ତି l 

The post କୋଭିଡ୍‌ କଟକଣା ପାଇଁ ଫିକା ପଡ଼ିଛି ରଜ, ତଥାପି ସବୁଠି ପିଠାର ମହକ appeared first on Odisha Reporter.



from Odisha Reporter https://ift.tt/3zhN2U6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages