ଯାଜପୁର (ଅଭୟ ପତି): ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଲା ମାଛ ବୋଝେଇ ଟ୍ରକ୍। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ଛକ ନିକଟରେ।
ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା। ମାଛ ବୋଝେଇ ଟ୍ରକ୍ଟି ଆନ୍ଧ୍ର ପ୍ରଦେଶରୁ ବିହାର ଅଭିମୁଖେ ଯାଉଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା। ଗୋଳେଇପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଏକ ବ୍ରିଜ୍ ତଳକୁ ଏହା ଖସି ପଡ଼ିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକ୍ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ ଓ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଗୁରୁତର ଆହତ ଡ୍ରାଇଭରଙ୍କୁ ଯାଜପୁର ଟାଉନ୍କୁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
The post ବ୍ରିଜ୍ ତଳକୁ ଖସି ପଡ଼ିଲା ମାଛ ବୋଝେଇ ଟ୍ରକ୍ appeared first on Odisha Reporter.
from Odisha Reporter https://ift.tt/3cBNe78
No comments:
Post a Comment