ମୁମ୍ବାଇ: କପୁର ସିଷ୍ଟରଙ୍କ ମଧ୍ୟରେ ଚାଲିଛି କୋଲ୍ଡ ୱାର୍। କଥାବାର୍ତ୍ତା ତ ଦୂର କଥା ପରସ୍ପରର ଛାଇ ଦେଖିଲେ କାଳେ ନାହି ଡେଉଁଛି। ଆମେ କରୀନା ଓ କରିସ୍ମାଙ୍କ ବିଷୟରେ କହୁନୁ, ବରଂ କରିସ୍ମା ଓ ତାଙ୍କ ଦାଦା (ସ୍ୱର୍ଗତ ଋଷି କପୁର) ଝିଅ ଭଉଣୀ ରିଧିମା କପୁର ସାହାଣୀଙ୍କ ବିଷୟରେ କହୁଛୁ।
କରିସ୍ମାଙ୍କ ଏକ୍ସ ହଜବ୍ୟାଣ୍ଡ ସଞ୍ଜୟ କପୁରଙ୍କୁ ନେଇ ମୁଁହାମୁହିଁ ହୋଇଛନ୍ତି ଏହି ଦୁଇ ଭଉଣୀ। ଵି ଟାଉନରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ସଞ୍ଜୟଙ୍କ ପତ୍ନୀ ପ୍ରିୟା ସଚ୍ଚଦେବାଙ୍କ ସହ ପାର୍ଟନରସିପରେ ଜୁଏଲାରୀ ବିଜ୍ନେସ କରୁଛନ୍ତି ରିଧିମା। କେବଳ ସେତିକି ନୁହେଁ, ରିଧିମା ଇନଷ୍ଟାଗ୍ରାମରେ ସଞ୍ଜୟଙ୍କ ପୋଷ୍ଟକୁ ଲାଇକ କରୁଥିବା ବେଳେ ପ୍ରିୟାଙ୍କ ୱେବସାଇଟକୁ ପ୍ରମୋଟ ଵି କରୁଛନ୍ତି। ହେଲେ ଏହାକୁ ସହଜରେ ହଜମ କରି ପାରୁ ନାହାନ୍ତି କରିସ୍ମା।
ଦୁଇ ଭଉଣୀଙ୍କ ଭିତରେ ଥିବା ଟେନସନ ଦୂର କରିବାକୁ ଆଲିଆ ଓ କରୀନା ଅଣ୍ଟା ଭିଡି ଥିବା ବେଳେ ଏବେ ସେମାନଙ୍କୁ ଫ୍ୟାମିଲି ପାର୍ଟିରେ ଏକାଠି ଦେଖିବାକୁ ମିଳୁଛି। ହେଲେ ଦୁଇ ଜଣଙ୍କ ଭିତରେ ସ୍ଥିତି ସୁଧୁରିବାକୁ ଆହୁରି ସମୟ ଲାଗିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ରିଧିମାଙ୍କ ଭାଇ ରଣବୀରଙ୍କ ସହ ଉଭୟ କରିସ୍ମା ଓ କରୀନା ଭଲ ବଣ୍ଡିଙ୍ଗ ଶେଆର କରୁଥିବା ବେଳେ କରିସ୍ମା ଓ ରିଧିମାଙ୍କ ମଧ୍ୟରେ ସବୁବେଳେ ଶୀତଳ ଯୁଦ୍ଧ ଲାଗି ରହିଥାଏ। ଏପରିକି କରିସ୍ମାଙ୍କ ବିବାହରେ ଵି ରିଧିମା ସାମିଲ ହୋଇ ନଥିଲେ।
The post କପୁର ସିଷ୍ଟରଙ୍କ ମଧ୍ୟରେ କୋଲ୍ଡ ୱାର୍, ଛାଇ ଦେଖିଲେ ନାହି ଡେଉଁଛି appeared first on Odisha Reporter.
from Odisha Reporter https://ift.tt/3pG8bmy
No comments:
Post a Comment