ସ୍ୱାମୀର ତଣ୍ଟି କାଟି କିଚେନ୍‌ରେ କବର୍ ଦେଇଦେଲା ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ସ୍ୱାମୀର ତଣ୍ଟି କାଟି କିଚେନ୍‌ରେ କବର୍ ଦେଇଦେଲା ସ୍ତ୍ରୀ

ମୁମ୍ବାଇ: ସ୍ୱାମୀ ୭ ଜନ୍ମର ସାଥୀ । ସ୍ତ୍ରୀ ପାଇଁ ସବୁକିଛି । କୁହାଯାଏ, ପତି ପରମେଶ୍ୱର । ହେଲେ ପ୍ରେମ ପାଇଁ ଜଣେ ସ୍ତ୍ରୀ ଅନ୍ଧ ପାଲଟିଯାଇଛି । ପରକୀୟା ପ୍ରୀତି ଲୁଚାଇବାକୁ ଯାଇ ସ୍ତ୍ରୀ ଯାହା କରିଛି ତାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି । ୬ ବର୍ଷର ଝିଅ ଆଗରେ ଘଟାଇଛି ଜଘନ୍ୟ କାଣ୍ଡ । ପ୍ରେମିକ ସହ ମିଶି ପ୍ରଥମେ ସ୍ୱାମୀଙ୍କୁ ହତ୍ୟା କରିଛି ଆଉ ତାପରେ ମୃତଦେହକୁ ନିଜ ରୋଷେଇ ଘରେ ପୋତିଦେଇଥିଲା । ୧୨ ଦିନ ପରେ ସାମ୍ନାକୁ ଆସିଛି ସତ ।

ମୁମ୍ବାଇର ଦହିସର ଅଂଚଳ । ୨୮ ବର୍ଷିୟ ରସିଦା ସେଖ୍‌, ସ୍ୱାମୀ ରଇସ ସେଖ୍ ଓ ୬ ବର୍ଷର ଝିଅ ସହ ରହୁଥିଲା । ହେଲେ ପ୍ରେମ ସବୁ ବିଗାଡିଦେଲା । ଘର ପାଖରେ ଥିବା ଏକ ଲୁଗା ଦୋକାନରେ ସେଲସମ୍ୟାନ୍ ଭାବେ କାମ କରୁଥିବା ଅମିତ ମିଶ୍ରା ସହ ରସିଦାର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ନିବିଡ ହେଉଥିବା ବେଳେ ଏଥିରେ ଯେମିତି କଣ୍ଟା ସାଜିଥିଲା ସ୍ୱାମୀ ରଇସ । ସେଥିପାଇଁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ ପ୍ରେମିକ ଅମିତ ମିଶ୍ରା ଓ ରସିଦା ।

ମେ ୨୫ ତାରିଖ । ସବୁକିଛି ପ୍ଲାନ ମୁତାବକ ହେଲା । ସେଦିନ ଘରେ ସ୍ୱାମୀ-ସ୍ତ୍ରୀ ଓ ଝିଅ ଏକାଠି ଥିଲେ । ହଠାତ୍ ଘର ଭିତରକୁ ପଶି ଆସିଥିଲା ପ୍ରେମିକ ଅମିତ । ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ସ୍ୱାମୀ ରଇସର ତଣ୍ଟି କାଟିଦେଇଥିଲା । ଏହାପରେ ଉଭୟ ମିଶି ଡେଡବଡିକୁ ରୋଷେଇ ଘରେ ପୋତି ଦେଇଥିଲେ । ଘଟଣାର ୧୨ ଦିନ ପରେ କୁନି ଝିଅଟି ନିଜ ଦାଦାକୁ ସବୁକିଛି କହିଥିଲା । ଏହାପରେ ସାମ୍ନାକୁ ଆସିଥିଲା ସ୍ତ୍ରୀ ଘଟାଇଥିବା ଲୋମହର୍ଷକ ଘଟଣା । ପୁଲିସ ରୋଷେଇ ଘର ଖୋଳି ମୃତଦେହକୁ ଉଦ୍ଧାର କରିଛି । ହତ୍ୟାକାଣ୍ଡରେ ସଂପୃକ୍ତ ସ୍ତ୍ରୀ ଗିରଫ ହୋଇଥିବା ବେଳେ ପ୍ରେମିକ ଫେରାର ହୋଇଯାଇଛି।

The post ସ୍ୱାମୀର ତଣ୍ଟି କାଟି କିଚେନ୍‌ରେ କବର୍ ଦେଇଦେଲା ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2SQ8UoM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages