ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଛି ଏହି ସୂଚନା।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସାରା ଓଡ଼ିଶାକୁ ଛୁଇଁବ। ଏଥିପାଇଁ ସ୍ଥିତି ଅନୁକୂଳ ରହିଛି।
ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି, ଆଜି ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି। ଦକ୍ଷିଣ ଓଡ଼ିଶା ଏବଂ ବଲାଙ୍ଗିରରେ ଭଲ ବର୍ଷା ହୋଇଛି। ଲଘୁଚାପ ଯୋଗୁଁ ଆଜି ଆହୁରି ଅନେକ ଅଞ୍ଚଳରେ ବର୍ଷା ହେବ। ତେବେ ୧୧ ତାରିଖରେ (ଆସନ୍ତାକାଲି) ସବୁଠାରୁ ବେଶି ବର୍ଷା ହେବା ନେଇ ଆକଳନ କରାଯାଇଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁନ୍ ୩ ତାରିଖରେ କେରଳ ଛୁଇଁ ଥିଲା ମୌସୁମୀ ବାୟୁ। ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ପରେ ବା ଏହା ପାଖାପାଖି ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥାଏ।
Southwest #Monsoon has set in over #Odisha today, the #10thJune 2021.
Conditions are favourable for further advance of southwest monsoon into remaining parts of Odisha, during next 48 hours. #Monsoon2021 #MonsoonUpdate #Monsoon pic.twitter.com/ZcEmW03Ism— Meteorological Centre, Bhubaneswar (@mcbbsr) June 10, 2021
The post ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, କାଲି ବେଶି ବର୍ଷିବ appeared first on Odisha Reporter.
from Odisha Reporter https://ift.tt/3zkd3lY
No comments:
Post a Comment