ବଂଶଧାରା ଜଳ ବିବାଦ: ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 22, 2021

ବଂଶଧାରା ଜଳ ବିବାଦ: ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶଧାରା ଜଳ ବିବାଦକୁ ଆସିଛି ନୂଆ ରାୟ । ଟ୍ରିବ୍ୟୁନାଲ ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି।  ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡିଶା ପାଇଁ ଦକ୍ଷିର ପାର୍ଶ୍ୱରେ ମଧ୍ୟ ଅନୁରୂପ ସ୍ଲୁଇସ୍ ଫାଟକ ରହିବ ।

ଜଳ ଉପରେ ଉଭୟ ରାଜ୍ୟର ଅଧିକାର ରହିବ । ଆନିକଟ ନିର୍ମାଣ ଲାଗି ଆବଶ୍ୟକ ୧୦୬ ଏକର ଜମି ଓଡିଶା ସରକାର ଅଧିଗ୍ରହଣ କରିବେ।  ଜମି ଅଧିଗ୍ରହଣ ବିବାଦ କ୍ଷତିପୂରଣ ଅର୍ଥ, ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ଅର୍ଥ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ବହନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶ ନିଜର ଆବଶ୍ୟକତାପାଇଁ ପ୍ରତିବର୍ଷ ଜୁନ ପହିଲାରୁ ନଭେମ୍ବର ୩୦ ମଧ୍ୟରେ ୮ହଜାର କ୍ୟୁସେକ ଜଳ ନେବ। ବ୍ୟାରେଜ ତଳମୁଣ୍ଡରେ ସ୍ଲୁଇସ୍ ଡିସେମ୍ବର ପହିଲାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବଂଶଧାରା ନଦୀ ଉପରେ ନେରେଡିଠାରେ ଆନିକଟ ନିର୍ମାଣ ପାଇଁ ଦୀର୍ଘ ୫୬ ବର୍ଷ ହେଲା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା।

The post ବଂଶଧାରା ଜଳ ବିବାଦ: ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି appeared first on Odisha Reporter.



from Odisha Reporter https://ift.tt/3h03H6g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages