ନବମ ଓ ଦଶମ ଶ୍ରେଣୀରେ ସିଲାବସ୍ କମିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 22, 2021

ନବମ ଓ ଦଶମ ଶ୍ରେଣୀରେ ସିଲାବସ୍ କମିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ପ୍ରଭାବରୁ ଚଳିତ ବର୍ଷ ବି ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍। ନବମ ଓ ଦଶମ ଶ୍ରେଣୀର ୩୦% ସିଲାବସ୍ ହ୍ରାସ କରାଯିବ। ସିଲାବସ୍ ହ୍ରାସ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସ୍କୁଲ ଖୋଲିବା ନିଷ୍ପତ୍ତି ଏ ଯାଏଁ ହୋଇନି। ଅନଲାଇନରେ ସ୍କୁଲ ପିଲାଙ୍କୁ ପାଠ ପଢ଼ାଯାଉଛି। ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଚଳିତ ବର୍ଷ ବି ସିଲାବସ୍ କମେଇବା ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ଭୟାବହତା ଯୋଗୁ ଦୀର୍ଘ ଦିନ ହେଲା ସ୍କୁଲ, କଲେଜ ବନ୍ଦ ରହିଛି। ଏହା କେବେ ଖୋଲିବ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଏପରି ସ୍ଥିତିରେ ପିଲାଙ୍କ ପାଠପଢ଼ା ଠିକ୍‌ ଭାବେ ହୋଇପାରୁ ନ ଥିବା ବେଳେ ସିଲାବସ୍‌ ହ୍ରାସ କରାଯାଇଛି ।

The post ନବମ ଓ ଦଶମ ଶ୍ରେଣୀରେ ସିଲାବସ୍ କମିବ appeared first on Odisha Reporter.



from Odisha Reporter https://ift.tt/3wRymcH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages