ଆଜି ସୂର୍ଯ୍ୟପରାଗ, କେତେ ସମୟ ରହିବ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

ଆଜି ସୂର୍ଯ୍ୟପରାଗ, କେତେ ସମୟ ରହିବ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତ ପାଇଁ ଏହା ଆଂଶିକ ସୂର୍ଯ୍ୟପରାଗ ହେବ। କେବଳ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଏହା ଦୃଶ୍ୟମାନ ହେବ।  ଜମ୍ମୁ ଓ କାଶ୍ମୀରରେ ଖୁବ୍‌ କମ୍ ଅଂଚଳରେ ୧୦ ପ୍ରତିଶତରୁ କମ୍ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ। କିନ୍ତୁ ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଦୌ ଦୃଶ୍ୟମାନ ହେବ ନାହିଁ।

ସୂର୍ଯ୍ୟପରାଗର ସମୟ ଦିନ ୧ଟା ୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ବେଳକୁ ଶେଷ ହେବ। ଅପରାହ୍ଣ ୪ଟା ୧୧ରେ ଏହା ପୂର୍ଣ୍ଣ ଭାବେ ସଂଘଠିତ ହେବ।

ଉତ୍ତରକାନାଡ଼ା, ଗ୍ରୀନଲାଣ୍ଡ ଓ ଋଷିଆର କିଛି ଅଂଚଳରେ ଏହା ଦେଖାଯିବ। ଆମେରିକା, ୟୁରୋପ ଓ ଏସିଆ ମହାଦେଶର ଅନେକ ଅଂଚଳରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ।

ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ ଆସନ୍ତାବର୍ଷ ଅକ୍ଟୋବର ୨୫ ତାରିଖରେ ଦେଖାଯିବ।

The post ଆଜି ସୂର୍ଯ୍ୟପରାଗ, କେତେ ସମୟ ରହିବ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/3v6KWDf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages