ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର କିମ୍ବା ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ରହିଛି, ତା’ହେଲେ ତୁରନ୍ତ ଏହାକୁ ବିକ୍ରି କରି ଦିଅନ୍ତୁ। ଯଦି ଆପଣ ଏହି କାର୍କୁ ରାସ୍ତାରେ ଚଳାଚଳ କରିବେ, ତା’ହେଲେ ୧୦ ହଜାର ଟଙ୍କାର ଫାଇନ ଦେବାକୁ ପଡ଼ିବ। ମଙ୍ଗଳବାର ଦିଲ୍ଲୀ ସରକାର ଏପରି କାର ମାଲିକମାନଙ୍କୁ ସତର୍କ କରାଇବା ସହ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି।
ଦିଲ୍ଲୀ ପରିବହନ ବିଭାଗ କହିଛି, ଏପରି ଗାଡ଼ି ଚଳାଚଳ ଉପରେ ନଜର ରଖିବାକୁ ପାଇଁ ଏବେ କୌଣସି ସ୍ୱତନ୍ତ୍ର ଡ୍ରାଇଭର ଆୟୋଜନ କରାଯିବନାହିଁ। କିନ୍ତୁ ଲୋକମାନଙ୍କ ପାଇଁ ନୋଟିସ ଜାରି କରାଯାଇଛି। ପୁରୁଣା ଗାଡ଼ିଗୁଡ଼ିକୁ ଲୋକମାନେ ସରକାରଙ୍କ ଦ୍ୱାରା ଗଠିତ ୫ଟି ସ୍ୱତନ୍ତ୍ର ଗ୍ୟାରେଜରେ ବିକ୍ରି କରିପାରିବେ।
୨୦୧୮ରୁ ଦିଲ୍ଲୀରେ ପୁରୁଣା ଗାଡ଼ି ସ୍କ୍ରାପ କରିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଥିଲା। କିନ୍ତୁ ଏଯାଏ ମାତ୍ର ୨୮୭୯ଟି ପୁରୁଣା ଗାଡ଼ିକୁ ମାଲିକମାନେ ସ୍କ୍ରାପ କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଦିଲ୍ଲୀରେ ପ୍ରାୟ ୧ କୋଟିରୁ ଅଧିକ କାର୍ ପଞ୍ଜୀକରଣ ହୋଇଛି। ଏହା ମଧ୍ୟରୁ ପ୍ରାୟ ୭୦ ଲକ୍ଷ ରାସ୍ତାରେ ଚଳାଚଳ କରୁଛି। ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ସଂଖ୍ୟା ୩୫ ଲକ୍ଷ ଥିବା ବେଳେ ୧୦ ବର୍ଷ ପୁରୁଣା ଡିଜେଲ କାରଗୁଡ଼ିକର ସଂଖ୍ୟା ପ୍ରାୟ ୩ ଲକ୍ଷ।
ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ସୁପ୍ରିମକୋର୍ଟ ୨୦୧୮ ମସିହା ଅକ୍ଟୋବର ୨୯ରେ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି ଏନସିଆରରେ ଚାଲି ପାରିବ ନାହିଁ ବୋଲି କହିଥିଲେ। ଏହାପରେ ସରକାର ଏହି ନିୟମ ସହ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ଦିଲ୍ଲୀରେ ଚାଲିପାରିବ ନାହିଁ ବୋଲି କହିଥିଲେ।
The post ରାସ୍ତାରେ ପୁରୁଣା କାର୍ ଚଳାଇଲେ ୧୦ ହଜାର ଫାଇନ୍ appeared first on Odisha Reporter.
from Odisha Reporter https://ift.tt/3xqsUh2
No comments:
Post a Comment