୧୭ରୁ ୟୁଟ୍ୟୁବ୍‌ରେ ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କୁ ପଢ଼ାଯିବ ପାଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

୧୭ରୁ ୟୁଟ୍ୟୁବ୍‌ରେ ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କୁ ପଢ଼ାଯିବ ପାଠ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୭ ତାରିଖରୁ ୟୁଟ୍ୟୁବ୍‌ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରାଯିବ। ସକାଳ ସାଢ଼େ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଏହି ପାଠପଢ଼ା ହେବ। ଆଜି ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟ ବସ୍ତୁ ସ୍ଥିର କରିବାକୁ କୁହାଯାଇଛି। ୧୮ ତାରିଖରେ ଡିଇଓମାନଙ୍କର ଏକ ବୈଠକ ରଖାଯାଇଛି। ୩୦ଟି ଯାକ ଜିଲ୍ଲାର ଡିଇଓ ଏଥିରେ ସାମିଲ ହେବେ। ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ସଂପର୍କିତ ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା କରାଯିବ। କରୋନା ସହିତ ପିଲାମାନଙ୍କ କିପରି ପାଠପଢ଼ା ଯାଇପାରିବ, ସେ ସଂପର୍କରେ ମଧ୍ୟ ଆଲୋଚନା କରାଯିବ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଆମ ପାଖରେ ଯାହା ସାମର୍ଥ୍ୟ ଓ ସମ୍ଭାବନା ରହିଛି, ତାକୁ ବ୍ୟବହାର କରି ୧୭ ତାରିଖରୁ ୟୁଟ୍ୟୁବରେ ପାଠପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛୁ। ନବମ ଓ ଦଶମ ଶ୍ରେଣୀର ସଂଖ୍ୟାଧିକ ପିଲାଙ୍କ ପାଖରେ ପହଞ୍ଚିପାରିବୁ ବୋଲି ବିଶ୍ୱାସ ରଖି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛୁ।

ସେ ଆହୁରି କହିଛନ୍ତି, ସ୍କୁଲ୍ କେବେ ଖୋଲିବ, ଏବେ କିଛି କହି ହେବନି। ଥାର୍ଡ ୱେଭ୍ ଆସିବ ବୋଲି କୁହାଯାଉଛି। ତେଣୁ ସ୍ଥିତିକୁ ଦେଖି ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।

ଜୁନ୍ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ

ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଜୁନ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ଠିକ୍‌ ଭାବେ ମୂଲ୍ୟାୟନ କାର୍ଯ୍ୟ ଚାଲିଛି। ତେଣୁ ଆଶା କରାଯାଉଛି ନିର୍ଦ୍ଧାରିତ ସମୟ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ।

ଯୁକ୍ତ ଦୁଇ ରେଜଲ୍ଟ ନେଇ ମଧ୍ୟ ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୁକ୍ତ ଦୁଇର ମୂଲ୍ୟାୟନ ପ୍ରକ୍ରିୟା ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। କେମିତି ମୂଲ୍ୟାୟନ କରାଯିବ, ତାହା ଏହି ବିଶେଷଜ୍ଞ କମିଟି ସ୍ଥିର କରିବ। ବିଶେଷଜ୍ଞ କମିଟି ଏପର୍ଯ୍ୟନ୍ତ କିଛି ରିପୋର୍ଟ ଦେଇ ନାହିଁ। ରିପୋର୍ଟ ଆସିବା ପରେ ସେ ନେଇ ବ୍ୟବସ୍ଥା କରାଯିବ।

The post ୧୭ରୁ ୟୁଟ୍ୟୁବ୍‌ରେ ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କୁ ପଢ଼ାଯିବ ପାଠ appeared first on Odisha Reporter.



from Odisha Reporter https://ift.tt/3gthlP1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages