ସୂତାଖିଅରେ ଝୁଲୁଛି ସ୍ଵାମୀର ଜୀବନ, ସାହାଯ୍ୟ ପାଇଁ ସ୍ତ୍ରୀ କଲେ ଆକୁଳ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

ସୂତାଖିଅରେ ଝୁଲୁଛି ସ୍ଵାମୀର ଜୀବନ, ସାହାଯ୍ୟ ପାଇଁ ସ୍ତ୍ରୀ କଲେ ଆକୁଳ ନିବେଦନ

ବାସୁଦେବପୁର (ଓଡିଶା ରିପୋର୍ଟର ): ଯିଏ ରୋଜଗାର କଲେ ଦିନେ ଘର ଚଳୁଥିଲା, ଆଜି ସେ ଜୀବନ ମରଣର ସୂତାଖିଅରେ ଝୁଲୁଛି। ମେଡିକାଲ୍‌ ବେଡ୍‌ରେ ପଡ଼ି ପ୍ରତି ମୁହୂର୍ତ୍ତରେ ବଞ୍ଚିବାକୁ ସେ ସଂଘର୍ଷ କରୁଥିବା ବେଳେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ସ୍ତ୍ରୀ। ଏପରି ଏକ  ଭିଡିଓ ସୋଶାଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। 

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତର ଓଲଗଡ଼ା ଗ୍ରାମର ହୀରାଲାଲ କମିଳା ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । ହୀରାଲାଲଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସମେତ ତିନୋଟି ଛୋଟ ଛୋଟ ପିଲା ଅଛନ୍ତି । ସେ ପ୍ରତିଦିନ ରୋଜଗାର କରି ଆଣିଲେ ଚୁଲି ଜଳେ l ଯେଣତେଣ ପ୍ରକାରେ ତାଙ୍କ ତେଲଲୁଣର ସଂସାର ଚଳି ଯାଉଥିବା ବେଳେ ଏହା ଉପରେ ପଡ଼ିଗଲା କରୋନାର ନଜର।

ହୀରାଲାଲଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ପ୍ରଥମେ  ତାଙ୍କୁ ଜ୍ୱର ହେବାରୁ ବାସୁଦେବପୁର ଯାଇଥିଲେ। ସେଠାରୁ ତାଙ୍କୁ କଟକ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୫ ଦିନ ହେବ ସେ କରୋନାରେ ପୀଡ଼ିତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଏଥିପାଇଁ ପାଖାପାଖି ୩ରୁ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଘରର ସବୁ ଆସବାବପତ୍ର ବିକ୍ରୟ କରି ସେ ଟଙ୍କା ଯୋଗାଡ଼ କରିଥିଲେ। ଆଉ ଟଙ୍କା ଯୋଗାଡ଼ କରି ନପାରିବାରୁ  ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଦେଇଛନ୍ତି।

ହୀରାଲାଲ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ପରିବାର ଲୋକେ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡିଛନ୍ତି l ହୀରାଲାଲଙ୍କୁ ବଞ୍ଚାଇବାକୁ ଆର୍ଥିକ ସହାୟତା ଯୋଗାଇବାକୁ ସୋଶାଲ ମିଡ଼ିଆରେ ଆକୁଳ ନିବେଦନ  କରିଛନ୍ତି ତାଙ୍କ ପତ୍ନୀ।

The post ସୂତାଖିଅରେ ଝୁଲୁଛି ସ୍ଵାମୀର ଜୀବନ, ସାହାଯ୍ୟ ପାଇଁ ସ୍ତ୍ରୀ କଲେ ଆକୁଳ ନିବେଦନ appeared first on Odisha Reporter.



from Odisha Reporter https://ift.tt/35fo9uz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages