ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଶୋଇଥିବା ବେଳେ କାମୁଡ଼ି ଦେଲା ସାପ। ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏହି ଦୁଃଖଦ ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ।
ମୃତ ଦୁଇ ଭଉଣୀ ହେଲେ ଲଲିତା ସୋରେନ୍ (୧୧) ଓ ସୁସ୍ମିତା ସୋରେନ୍ (୯)।
ଗତକାଲି ବଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏହି ଦୁଇ ଭଉଣୀଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଘର ଲୋକେ ଗୁଣିଆ ଡାକି ବିଷ କାଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରେଢ଼ାଖୋଲ ଡାକ୍ତରଖାନା ଆଣିଥିଲେ। ତେବେ ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।
ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ କହିଛନ୍ତି, ତହସିଲଦାର ଓ ଆର୍ଆଇଙ୍କୁ ଘଟଣାର ତଦନ୍ତ କରି ଏକ ପ୍ରାଥମିକ ରିପୋର୍ଟ ଦେବାକୁ କହିଛି। ଶବ ବ୍ୟବଚ୍ଛେଦ ପରେ ପୁଲିସ୍ ରିପୋର୍ଟ ଦେବା ପରେ ସେହି ପରିବାରକୁ କେମିତି କ୍ଷତିପୂରଣ ଦିଆଯିବ, ସେ ନେଇ ବ୍ୟବସ୍ଥା କରାଯିବ।
The post ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3gg0XBq
No comments:
Post a Comment