କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଡ୍ରଗ୍ସ କାରବାର ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଆହୁରି ସୁଦୃଢ଼ ଓ ସଶକ୍ତ ହେବ ଏସଟିଏଫ। ଏଥିନିମନ୍ତେ ପ୍ରସ୍ତୁତ ହୋଇଛି ପୂରା ଆକ୍ସନ ପ୍ଲାନ। ଆଜି ଡିଜିପି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଏହି ସୂଚନା।
ସେ କହିଛନ୍ତି, ରାଜ୍ୟରୁ ଡ୍ରଗ୍ସର ମୂଳୋତ୍ପାଟନ କରିବାକୁ ଏସଟିଏଫରେ ଏକ ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ପ୍ରତିଷ୍ଠା କରାଯିବ। ଏଥିପାଇଁ ଅନୁମୋଦନ ମିଳି ସାରିଛି। ଏଥିଲାଗି ଜଣେ ଏସପି , ୩ ଡିଏସପିଙ୍କ ସହ ୨୭ଟି ନୂଆ ପଦବୀକୁ ମଞ୍ଜୁରୀ ମିଳିଛି।
ଡିଜିପି କହିଛନ୍ତି, ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ରାଜ୍ୟରେ ଡ୍ରଗ୍ସ କାରବାର ରୋକିବାରେ ସହାୟକ ହେବ l ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି l
ଏହା ସହିତ ରାଜ୍ୟରେ ବଢ଼ି ଚାଲିଥିବା ଡ୍ରଗ୍ସ କାରବାରକୁ ରୋକିବାରେ ଓଡ଼ିଶା ପୁଲିସ୍ର ସ୍ପେଶାଲ୍ ଟାସ୍କ ଫୋର୍ସ (STF)ର ଭୂମିକାକୁ ଡିଜିପି ପ୍ରଶଂସା କରିଛନ୍ତି l
ରାଜ୍ୟ ପୁଲିସ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି, ୨୦୨୦ ପରଠାରୁ ରାଜ୍ୟରେ ନିଶା କାରବାର ବିଶେଷ କରି ବ୍ରାଉନସୁଗର କାରବାର ବଢିଚାଲିଛି l ଏହି ଅନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ବୃଦ୍ଧି ପାଇଛି l ୨୦୨୦ରେ ୩୫ କିଲୋଗ୍ରାମ ୬୧୬ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିବା ବେଳେ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୯ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ଏବଂ ୧୫ଶହ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରାଯାଇଛି।
The post ରାଜ୍ୟରେ ପ୍ରତିଷ୍ଠା ହେବ ଏସଟିଏଫର ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍, ଧରିବ ଡ୍ରଗ୍ସ କାରବାର appeared first on Odisha Reporter.
from Odisha Reporter https://ift.tt/3cqILnB
No comments:
Post a Comment