ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଟିକାକରଣର ବଡ଼ ଅଭିଯାନ । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ନ୍ୟାସନାଲ୍ କୋଭିଡ୍ ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ୍ ଅଧୀନରେ କ୍ୟାମ୍ପେନ୍ ମୋଡ୍ରେ ହେବ ଟିକାକରଣ ।
ବ୍ଲକ୍ ସ୍ତରରୁ ଟିକାକରଣ କରି ଦୈନିକ ୩ଲକ୍ଷ ଡୋଜ୍ ଦେବାକୁ ବ୍ୟବସ୍ଥା କରିଛି ସ୍ୱାସ୍ଥ୍ୟ ବିଭାଗ । ୫୦ ପ୍ରତିଶତ ଅନ୍ଲାଇନ୍ ଓ ୫୦ ପ୍ରତିଶତ ଅନ୍ସାଇଟ୍ ଅର୍ଥାତ୍ ଟିକାକରଣ କେନ୍ଦ୍ରରେ ପଂଜିକରଣ କରି ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ସେହିପରି ଦ୍ୱିତୀୟ ଡୋଜ ଟିକା ନେବା ସମୟ ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯିବାକୁ ସବୁ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।
ଏବେ ରାଜ୍ୟ ପାଖରେ ୧୦ଲକ୍ଷ କୋଭିସିଲଡ୍ ଡୋଜ୍ ଓ ୪ ଲକ୍ଷ କୋଭାକ୍ସିନ ଡୋଜ୍ ଉପଲବ୍ଧ ରହିଛି । ୧୮ ବର୍ଷରୁ ଅଧିକ ଦେଶର ସମସ୍ତ ନାଗରିକଙ୍କୁ କେନ୍ଦ୍ର ମାଗଣାରେ ଟିକା ଯୋଗାଇଦେବ । ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ କେନ୍ଦ୍ର ୭୫ ପ୍ରତିଶତ ଟିକା କିଣି ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଯୋଗାଇଦେବ ବୋଲି ଘୋଷଣା କରାଯାଇଛି।
The post ଆଜିଠୁ କ୍ୟାମ୍ପେନ୍ ମୋଡ୍ରେ ହେବ ଟିକାକରଣ appeared first on Odisha Reporter.
from Odisha Reporter https://ift.tt/3cWYhYC
No comments:
Post a Comment