୧୪ ଜୁନ୍‌, ସୋମବାର: ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 13, 2021

୧୪ ଜୁନ୍‌, ସୋମବାର: ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ

ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ମନରେ ସାମୟିକ ଉତ୍ତେଜନା ସୃଷ୍ଟି ହେବ।

ବୃଷ: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

ମିଥୁନ: ପାରିବାରିକ ସମସ୍ୟା ବିଷୟରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ। ନହେଲେ କଳହ ଲାଗିରହିବ। ଧାର କରଜ କରି କାମ ଚଳାଇବେ।

କର୍କଟ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥ ଖର୍ଚ୍ଚ ହେବ। ସନ୍ତାନମାନଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ସନ୍ତୋଷଜନକ ହେବ।

ସିଂହ: ବନ୍ଧୁଙ୍କ ସହିତ ମତଭେଦ ହେବ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିବେ।

କନ୍ୟା: ଶୁଭ ସମାଚାର ମିଳିବ। ମିଡିଆରେ କାମ କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ତୁଳା: ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନ ଭିତରେ ଭୟ ସୃଷ୍ଟି କରିବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ।

ବିଛା: ବୃତ୍ତିଗତ କାର୍ଯ୍ୟକୁ ନେଇ ଖୁସି ଖବର ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

ଧନୁ: ଅଟକି ଥିବା କାର୍ଯ୍ୟକୁ ପୂରଣ କରିବେ। ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ସ୍ୱାସ୍ଥ୍ୟଗତ ସମସ୍ୟା ରହିବ ନାହିଁ।

ମକର: ବିବାହକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ ନାହିଁ। ମାନସିକ ସ୍ଥିତି ଭଲ ରହିବ ନାହିଁ।

କୁମ୍ଭ: ଆୟର ନୂଆ ବାଟ ଖୋଜିବେ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ।

ମୀନ: ଅଫିସ୍‌ରେ କାହା ସହ ଝଗଡ଼ା ହୋଇପାରେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।

The post ୧୪ ଜୁନ୍‌, ସୋମବାର: ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ appeared first on Odisha Reporter.



from Odisha Reporter https://ift.tt/3ggO0IN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages