ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଦେଶରେ ସଂକ୍ରମିତ ସଂଖ୍ୟା ୮୪ ହଜାରକୁ ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ଛୁଇଁଛି। । ଗତ ୭୦ ଦିନ ମଧ୍ୟରେ ଆଜି ସଂକ୍ରମିତ ସଂଖ୍ୟା ସର୍ବନିମ୍ନ ଚିହ୍ନଟ ହୋଇଛନ୍ତି। ମୋଟ୍ ଚାରି ହଜାର ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର କରୋନା ମୃତକଙ୍କ ସଂଶୋଧିତ ତଥ୍ୟ ମିଶିଛି। ମହାରାଷ୍ଟ୍ରର ଏକାକୀ ୨ ହଜାର ୨୧୩ ରହିଛି।
ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୪୩୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ଦେଶରେ କରୋନା ଚିକିତ୍ସାଧୀନ ସଂଖ୍ୟା ୬୩ ଦିନ ପରେ ୧୧ ଲକ୍ଷକୁ ଖସି ଖସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪୦୦୨ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇଲେ ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ମୋଟ୍ ଲୋକଙ୍କ ସଂଖ୍ୟା ୩,୬୭,୦୮୧ରେ ପହଞ୍ଚିଛି। ଏଥି ସହିତ ଦେଶରେ ମୋଟ କରୋନା ମାମଲା ୨,୯୩,୫୯,୧୫୫ ଅତିକ୍ରମ କରିଛି। ବର୍ତ୍ତମାନ ଦେଶରେ ୧୦,୮୦,୬୯୦ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି।
ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ କରୋନା ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨,୭୯,୧୧,୩୮୪ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୧,୨୧,୩୧୧ ଆକ୍ରାନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୫.୦୭ କୁ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତରୁ ୪.୯୪କୁ ଖସିଛି।
The post ଦିନକରେ ୪ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3xdI4WI
No comments:
Post a Comment