ମୁମ୍ବାଇ: ବଲିଉଡର ମେଗା ଷ୍ଟାର ବିଗ ଵି ଅମିତାଭ ବଚ୍ଚନଙ୍କ କ୍ରେଜ ଆଜି ଵି କାହିଁରେ କେତେ। ଆଜି ଵି ବିଗ ଵିଙ୍କ ହାତରେ ଫିଲ୍ମର ଅଭାବ ନଥିବା ବେଳେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଘର ଆଗରେ ଫ୍ୟାନ୍ସଙ୍କ ଭିଡ଼ ଲାଗି ରହୁଛି।
ହେଲେ ଅମିତାଭଙ୍କ ମନରେ ଦବି ରହିଛି ଦୁଃଖ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୁରୁଣା ଫଟୋ ପୋଷ୍ଟ କରି ନିଜ ମନର ଅକୁହା ବ୍ୟଥା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଏହି ମହାନାୟକ।
ସବୁବେଳେ ସୋଶାଲ ମିଡ଼ିଆରେ ଆକ୍ଟିଭ ରହୁଥିବା ଅମିତାଭ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଥ୍ରୋ ବ୍ୟାକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ଅମିତାଭ ଜଣେ ଯୁବତୀଙ୍କୁ ଅଟୋଗ୍ରାଫ ଦେଉଥିବା ବେଳେ ପାଖରେ ଶଶୀ କପୁର ଛିଡ଼ା ହୋଇଛନ୍ତି।
ଏହି ଫଟୋ କ୍ୟାପସନରେ ସେ ଲେଖିଛନ୍ତି, ସେ ଦିନଗୁଡ଼ିକ ଚାଲିଗଲା ଯେତେବେଳେ ଫ୍ୟାନ୍ମାନେ ଏହି ଭଳି ଭଲପାଇବା ଓ ସମ୍ମାନ ଦେଉଥିଲେ।… ଦେଖନ୍ତୁ ତାଙ୍କ ଅଭିବ୍ୟକ୍ତିକୁ।… ଏବେ କେବଳ ଇମୋଜିରେ ସନ୍ତୁଷ୍ଟ ହେବାକୁ ପଡୁଛି… ତାହା ପୁଣି ଆପଣଙ୍କ ଭାଗ୍ୟରେ ଥିଲେ!
ଅମିତାଭଙ୍କ ଏହି ପୋଷ୍ଟରେ କେବଳ ଫ୍ୟାନ୍ସ ନୁହଁନ୍ତି, ସେଲେବ୍ରିଟି ଵି କମେଣ୍ଟ ଦେଉଛନ୍ତି।
ୱର୍କଫ୍ରଣ୍ଟ କଥା କହିଲେ ଅମିତାଭଙ୍କ ହାତରେ ଏବେ ବହୁତ ଫିଲ୍ମ ରହିଛି l ସେଥି ମଧ୍ୟରେ ରହିଛି ବ୍ରହ୍ମାସ୍ତ୍ର, ଝୁଣ୍ଡ, ଚେହେରେ ଓ ଗୁଡ୍ ବୟ। ଏହାବାଦ ପପୁଲାର ଟିଭି ଶୋ ‘କୌନ ବନେଗା କରୋଡ଼ପତି’ ର ୧୩ତମ ସିଜନକୁ ବିଗ ଵି ହୋଷ୍ଟ କରିବେ ବୋଲି ଜଣାପଡ଼ିଛି।
The post କୁଆଡ଼େ ଗଲା ସେଦିନ…. ଏବେ ଇମୋଜିରେ ହିଁ ମନକୁ ବୁଝାଇବାକୁ ପଡୁଛି! appeared first on Odisha Reporter.
from Odisha Reporter https://ift.tt/3gwplia
No comments:
Post a Comment