ନୂଆଦିଲ୍ଲୀ: କୌଣସି ମୂହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ଅଦଳ ବଦଳର ବାବଦରେ ଘୋଷଣା କରିପାରନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କୃଷି, ଗ୍ରାମୀଣ ବିକାଶ, କୋଇଲା ଏବଂ ଖଣି, ପେଟ୍ରୋଲିୟମ, ଷ୍ଟିଲ୍, ନଗର ଉନ୍ନୟନ ମନ୍ତ୍ରୀ, ବେସାମରିକ ବିମାନ ଚଳାଚଳ, ରେଲଓ୍ୱେ, ସଂସ୍କୃତି ପର୍ଯ୍ୟଟନ, ମତ୍ସ୍ୟ ପଶୁପାଳନ, ସ୍କିଲ ଡେଭଲପମେଣ୍ଟ ଆଦି ବିଭାଗର ସମୀକ୍ଷା ଶେଷ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଜେପି ସଭାପତି ଜେପି ନଡ୍ଡା ମନ୍ତ୍ରୀଙ୍କ କାମର ସମୀକ୍ଷା କରୁଛନ୍ତି। ଏହି ସମୟରେ ଉଭୟ କ୍ୟାବିନେଟ, ସ୍ୱାଧୀନ ଏବଂ ରାଷ୍ଟ୍ର ମନ୍ତ୍ରୀଙ୍କ କାମର ସମୀକ୍ଷା କରାଯାଉଥିବା ସୂଚନା ରହିଛି। ଏହାର ଅର୍ଥ କେନ୍ଦ୍ର ପେଟ୍ରୋଲିୟମ ଓ ଶିଳ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମତ୍ସ ଓ ପଶୁପାଳନ ବିଭାଗର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିଭାଗର ସମୀକ୍ଷା ଶେଷ ହୋଇଛି।
ମୋଦି ସରକାରରେ ଏବେ ୫୪ ଜଣ ମନ୍ତ୍ରୀ ରହିଛନ୍ତି ହେଲେ ସମ୍ୱିଧାନର ନିୟମ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ। ଜଣେ ମନ୍ତ୍ରୀଙ୍କ ପାଖରେ ୪-୫ ବିଭାଗ ରହିଛି। ଆଗକୁ ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ସଭାପତି ଅମିତ ଶାହ ଏକାଠି ହୋଇଥିଲେ। ଏହି ଅବସରରେ ବିଭିନ୍ନ ମନ୍ତ୍ରୀଙ୍କ ବାବଦରେ ଆଲୋଚନା ହୋଇଥିବା ସୂଚନା ରହିଛି।
ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୯ ଜଣ ସ୍ୱାଧୀନ ରାଜ୍ୟମନ୍ତ୍ରୀ ଏବଂ ୨୯ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ଅନେକ ମନ୍ତ୍ରୀଙ୍କ ପାଖରେ ଗୋଟିଏରୁ ଅଧିକ ବିଭାଗ ରହିଥିବାରୁ ମୋଟ୍ ଏହି ସଂଖ୍ୟା ୫୪ ରହିଛି।
ତେବେ ଯେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ଚିନ୍ତା କରୁଛନ୍ତି ସେମାନଙ୍କ ମଧ୍ୟରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ୱାଲା, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବୈଜୟନ୍ତ ପଣ୍ଡାଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିପରି ଉତ୍ତର ପ୍ରଦେଶର ଆପନା ପାର୍ଟିର ସଭାପତି ତଥା ସାଂସଦ ଅନୁପ୍ରିୟା ପଟେଲ ନିକଟରେ ଅମିତ ଶାହଙ୍କୁ ଭେଟିଥିଲେ। ତେଣୁ ସେ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇପାରନ୍ତି।
ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ତାଲିକାରେ ସହଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବେ ବୋଲି ସୂଚନା ରହିଛି। ମୋଦି ଦ୍ୱିତୀୟ ଇନିଂସ ଆରମ୍ଭ କରିବା ବେଳେ ଶିବେସନା ଏବଂ ଅକଳୀ ଦଳ, ଏଲଜେପିର ସାଂସଦ ବଡ଼ ବଡ଼ ମନ୍ତ୍ରୀ ପଦ ପାଇଥିଲେ ହେଲେ ମେଣ୍ଟରୁ ଓହରିଯିବା ପରେ କୌଣସି ସହଯୋଗୀ ଦଳର ସାଂସଦ କ୍ୟାବିନେଟରେ ନାହାନ୍ତି।
The post ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ, ବଡ଼ ବଡ଼ ବିଭାଗର ସମୀକ୍ଷା ଶେଷ ! appeared first on Odisha Reporter.
from Odisha Reporter https://ift.tt/3xcxjnB
No comments:
Post a Comment