ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ଥିବା ବିଶ୍ୱ ଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ଦାନବାକ୍ସ ତାଡି ନେଇଥିବା ଅଭିଯୋଗ ହୋଇଛି।
ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ। ଚୋରି ସଂପର୍କରେ ସିଂହଦ୍ୱାର ଥାନାରେ ଅଭିଯୋଗ କରାଯାଇଛି।
ପଶ୍ଚିମ ଦ୍ୱାରରେ ସୁରକ୍ଷା କର୍ମୀ ଉପସ୍ଥିତ ରହୁଥିବା ବେଳେ କିଭଳି ଏହି ଲୁଟ୍ ହେଲା, ସେ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପଟେ ବଡ଼ଦାଣ୍ଡ ମାଉସୀ ମା’ଙ୍କ ମନ୍ଦିର ହୁଣ୍ଡି ଓ ଗଡରେଜରୁ ପୂର୍ବରୁ ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଚୋର ଧରା ପଡ଼ିନାହାନ୍ତି।
The post ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟସ୍ଥ ମନ୍ଦିରରୁ ଚୋରି appeared first on Odisha Reporter.
from Odisha Reporter https://ift.tt/3phhV6L
No comments:
Post a Comment