ଡାଲା ଅଟୋ ଓଲଟି ଜଣେ ମୃତ,୧୪ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ଡାଲା ଅଟୋ ଓଲଟି ଜଣେ ମୃତ,୧୪ ଆହତ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ମରେଇପାଟ ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଡାଲା ଅଟୋ ଓଲଟି ଜଣେ ମହିଳା ଶ୍ରମକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ମୃତ ମହିଳାଙ୍କ ନାଁ ରେଣୁ ନାୟକ। ତାଙ୍କ ଘର ଢିମିରିପଲ୍ଲୀ ଗାଁରେ।

ଆଜି ସକାଳେ ଢିମିରିପଲ୍ଲୀ ଗାଁର ୧୫ ଜଣ ଶ୍ରମିକ ଏହି ଡାଲା ଅଟୋରେ ରତ୍ନପୁର ଗାଁକୁ ପୋଖରୀ ଖୋଳିବା ପାଇଁ ଯାଉଥିଲେ। ତେବେ ବାଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଅଟୋଟି ଦୁର୍ଘଟଣାର ଶିକାର ହେବା ପରେ ସ୍ଥାନୀୟ ଲୋକେ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ ଓ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ହସ୍‌ପିଟାଲ୍‌କୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରେଣୁ ନାୟକଙ୍କର ମୃତ୍ୟୁ ଘଟିଥିଲା।

ଗାଙ୍ଗପୁର ପୁଲିସ୍ ଅଟୋଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

The post ଡାଲା ଅଟୋ ଓଲଟି ଜଣେ ମୃତ,୧୪ ଆହତ appeared first on Odisha Reporter.



from Odisha Reporter https://ift.tt/3pfsIOA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages