ବିଜେପି କାଉନସିଲରଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ବିଜେପି କାଉନସିଲରଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ବିଜେପି ନେତା ତଥା ମ୍ୟୁନିସିପାଲ୍‌ କାଉନ୍‌ସିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି।

ମୃତ କାଉନସିଲରଙ୍କ ନାଁ ରାକେଶ ପଣ୍ଡିତ। ସେ ପୁଲୱାମାର ତ୍ରାଲ ଅଞ୍ଚଳରେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ଥିବା ବେଳେ ତିନି ଜଣ ଆତଙ୍କବାଦୀ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଗୁଳିମାଡ଼ରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଅସିଫା ମୁସ୍ତାକ ନାମ୍ନୀ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କୁ ଶ୍ରୀନଗରର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାକେଶ ପଣ୍ଡିତଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ସେ ଶ୍ରୀନଗରରେ ଏକ ହୋଟେଲରେ ରହୁଥିଲେ। କିନ୍ତୁ ସେ ସୁରକ୍ଷା କର୍ମଚାରୀଙ୍କୁ ନନେଇ ତ୍ରାଲ ଯିବା ପାଇଁ ଚାହିଁଥିଲେ।

ଏହି ଘଟଣାରେ ଜମ୍ମୁ ଓ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ କେବେ ବି ସଫଳ ହେବେ ନାହିଁ ବୋଲି ଶ୍ରୀ ସିହ୍ନା କହିଛନ୍ତି।

ରାକେଶଙ୍କ ମୃତ୍ୟୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

The post ବିଜେପି କାଉନସିଲରଙ୍କୁ ଗୁଳି କରି ହତ୍ୟା appeared first on Odisha Reporter.



from Odisha Reporter https://ift.tt/3wTmBSN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages