ନୂଆଦିଲ୍ଲୀ: କରୋନା ମହାମାରୀକୁ ଚେକ୍ ଦେବା ପାଇଁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଦେଶର ଲୋକଙ୍କୁ କୋଭୋଶିଲ୍ଡ ଏବଂ କୋଭାକ୍ସିନ ଦୁଇଟି କରୋନା ଟିକା ଦିଆଯାଉଛି। କରୋନା ଟିକାକୁ ନେଇ ଭାରତରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି ଯେ କୋଭାକ୍ସିନ ତୁଳନାରେ କୋଭିଶିଲ୍ଡ ଟିକାରେ ଅଧିକ ଆଣ୍ଟିବଡି ତିଆରି ହୁଏ। କୋଭାଶିଲ୍ଡ, କୋଭାକ୍ସିନ ଅପେକ୍ଷା ଅଧିକ ପ୍ରଭାବଶାଳୀ।
ଏହି ଅଧ୍ୟୟନ କରୋନା ଭାଇରସ୍ ଭ୍ୟାକ୍ସିନ୍- ଇନଡେକ୍ଟେଡ ଆଣ୍ଟିବଡି ଟାଇଟର୍ (COVAT) ଦ୍ୱାରା କରାଯାଇଛି। ଏହି ଅଧ୍ୟୟନରେ ଡାକ୍ତର ଏବଂ ନର୍ସମାନେ ସାମିଲ ହୋଇଥିଲେ। ଏହି ପରୀକ୍ଷା ସମୟରେ ଲୋକମାନେ ଦୁଇଟି ଟିକାର ଗୋଟିଏ ଗୋଟିଏ ଡୋଜ ନେଇଥିଲେ। ଯେଉଁଥିରୁ ଜଣାପଡ଼ିଛି ଯେ ଉଭୟ ଟିକା ପ୍ରଭାବଶାଳୀ କିନ୍ତୁ କୋଭିଶିଲ୍ଡର ଆଣ୍ଟିବଡି ହାର ଭଲ।
୪୫୬ ଜଣ କୋଭିଶିଲ୍ଡର ପ୍ରଥମ ଡୋଜ ଏବଂ ୮୬ ଜଣ କୋଭାକ୍ସିନର ପ୍ରଥମ ଡୋଜ ନେଇଥିଲେ। ଏହାପରେ ୭୯.୩ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ତିଆରି ହୋଇଥିଲା। ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ କୋଭିଶିଲ୍ଡ ନେଇଛନ୍ତି ସେମାନଙ୍କ ମଧ୍ୟରେ ୮୬.୮ ପ୍ରତିଶତ ଆଣ୍ଟିବଡି ଏବଂ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୪୩.୮ ପ୍ରତିଶତ ଆଣ୍ଟିବଡି ତିଆରି ହୋଇଛି।
ଅଧ୍ୟୟନରୁ ଜଣାପଡିଛି ଯେ କୋଭାଶିଲ୍ଡ ନେବା ପରେ ଶରୀରରେ ଭଲ ଆଣ୍ଟିବଡି ତିଆରି ହୁଏ ଏବଂ ଯେଉଁମାନେ କୋଭାଶିଲ୍ଡ ନେଇଛନ୍ତି ସେମାନଙ୍କ ଶରୀରରେ କୋଭାକ୍ସିନ ତୁଳନାରେ ଅଧିକ ଆଣ୍ଟିବଡି ବିକଶିତ ହୁଏ। ଅଧ୍ୟୟନର ଫଳାଫଳ ଅନୁଯାୟୀ ଉଭୟ ଟିକା କରୋନା ଭାଇରସ ଉପରେ ପ୍ରଭାବଶାଳୀ।
ସୂଚନାଯୋଗ୍ୟ, କୋଭିଶିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି ହୋଇଛି। ଲକ୍ଷ୍ନୌର ଜଣେ ବ୍ୟକ୍ତି ମାମଲା ରୁଜୁ କରିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକାରୀ କହିଛନ୍ତି ସେ କୋଭିଶିଲ୍ଟ ଟିକା ନେବା ପରେ ବି ତାଙ୍କ ଶରୀରରେ ଆଣ୍ଟିଜେନ ବଢୁନାହିଁ। ତେଣୁ ସେ ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁୁଁଛନ୍ତି ବୋଲି ଥାନାରେ ଏତଲା ଦେଇଛନ୍ତି। ଏହାପରେ କୋଭିଶିଲ୍ଡ ଟିକା ଆଣ୍ଟିବଡି ତିଆରି କରୁନି ବୋଲି ଅଭିଯୋଗ ହେଉଥିଲା।
ଟିକା ନେବା ପରେ ବି ବଢ଼ୁନି ଆଣ୍ଟିବଡି, ପୁନାଓ୍ୱାଲାଙ୍କ ବିରୋଧରେ ଏଫଆଇଆର
The post କୋଭାକ୍ସିନ ଓ କୋଭିଶିଲ୍ଡ, କେଉଁଥିରେ ଅଧିକ ଆଣ୍ଟିବଡି ତିଆରି ହେଉଛି appeared first on Odisha Reporter.
from Odisha Reporter https://ift.tt/34RP67t
No comments:
Post a Comment