ଇସଲାମାବାଦ: ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ହେବାରୁ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନର ଘୋଟକି ଜିଲ୍ଲାର ଧାରକି ନାମକ ସହର ପାଖରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।
ସାର ସୟଦ ଏକ୍ସପ୍ରେସ ଟ୍ରେନ୍ ଲାହୋର ଅଭିମୁଖେ ଯାଉଥିବା ବେଳେ ମିଲିଆତ ଏକ୍ସପ୍ରେସ ସହ ଦୁର୍ଘଟଣା ହୋଇଛି। ଏହି ମିଲିଆତ ଏକ୍ସପ୍ରେସ କରାଚିରୁ ସାରଗୋଧା ଯାଉଥିଲା। ଉଭୟ ଟ୍ରେନ ଏବେ ରେଳଧାରଣା ଉପରେ ପଡ଼ି ରହିଛି। ସ୍ଥାନୀୟ ଲୋକ ଏବଂ ପ୍ରଶାସନ ଆସି ଆହତ ଏବଂ ମୃତକଙ୍କୁ ଉଦ୍ଧାର କରିଛନ୍ତି। କରୋନା ମହାମାରୀ ପାଇଁ ଟ୍ରେନରେ ଯାତ୍ରୀଙ୍କ ସଂକ୍ୟା ଏତେଟା ନଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା ଏବେ ସାଧାରଣା ଘଟଣା ପାଲଟି ଯାଇଛି। ଦୁର୍ବଳ ସିଗନାଲ ବ୍ୟବସ୍ଥା ପାଇଁ ଏଭଳି ଦୁର୍ଘଟଣା ଘଟୁଥିବା ସୂଚନା ରହିଛି। ସେଠିକାର ସରକାର ସିଗନାଲକୁ ସଜାଡିବା ଉପରେ ଗୁରୁତ୍ୱ ଦେଉନଥିବା ସୂଚନା ରହିଛି।Image Credit: ANI
The post ସକାଳୁ ସକାଳୁ ଟ୍ରେନ ଦୁର୍ଘଟଣା: ୩୦ ମୃତ, ୫୦ରୁ ଅଧିକ ଆହତ ସୂଚନା appeared first on Odisha Reporter.
from Odisha Reporter https://ift.tt/3fXhIT9
No comments:
Post a Comment