ଜାମିନ ଆବେଦନର ଶୁଣାଣି ନ ହେବା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଙ୍ଘନ: ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 16, 2021

ଜାମିନ ଆବେଦନର ଶୁଣାଣି ନ ହେବା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଙ୍ଘନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକାଧିକ ହାଇକୋର୍ଟ ଅଭିଯୁକ୍ତମାନଙ୍କର ଜାମିନକୁ ଶୁଶାଣି କରିବାକୁ ମନା କରୁଥିବାରୁ ଏହା ଉପରେ ଦେଶର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି। ଦୀର୍ଘଦିନ ଧରି ଅଭିଯୁକ୍ତମାନଙ୍କର ଜାମିନ ଆବେଦନର ଶୁଣାଣି ନ ହେବା ସେମାନଙ୍କର ଅଧିକାର ଓ ସ୍ୱତନ୍ତ୍ରତାର ଉଲ୍ଲଙ୍ଘନ।

ଜାମିନ ଆବେଦନର ଶୁଣାଣି ନ ହେଲେ ଏହା ସମ୍ବିଧାନରେ ଅଭିଯୁକ୍ତମାନଙ୍କୁ ଦିଆଯାଇଥିବା ଅଧିକାରକୁ କ୍ଷୁଣ୍ଣ କରିବ। ଏପରି କି ମହାମାରୀ ସମୟରେ ମଧ୍ୟ ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ଶୁଣାଣି ସମୟ ଅନୁସାରେ କରିବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ପଞ୍ଜାବ ଓ ହରିଆଣା ହାଇକୋର୍ଟ ବର୍ଷରୁ ଅଧିକ ସମୟ ହେଲା ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନର ଶୁଣାଣି କରୁ ନଥିବାରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ଭି ରାମାସୁବ୍ରମଣିଅନ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନର ତ୍ୱରିତ ଶୁଣାଣିକୁ ଅଗ୍ରାହ୍ୟ କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, ସାଧାରଣତଃ ଆମେ ହାଇକୋର୍ଟମାନଙ୍କ ଅନ୍ତରୀଣ ନିର୍ଦ୍ଦେଶରେ ହସ୍ତକ୍ଷେପ କରି ନଥାଉ। କିନ୍ତୁ ଏହି ମାମଲାରେ ଆମେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଉଛୁ। କାରଣ ସିଆରପିସିର ୩୪୯ ସେକସନ୍‌ରେ ଜାମିନ ଆବେଦନର ଶୁଣାଣି ବର୍ଷେରୁ ଅଧିକ ସମୟ ହେଲାଣି ପଡ଼ି ରହିଛି।

ଆବେଦନର ଶୁଣାଣି ହେବାର ଅଧିକାର ଜଣେ ଅଭିଯୁକ୍ତଙ୍କ ପାଖରେ ରହିଛି। ଏପରି ସ୍ଥିତିରେ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି ନ କରିବା, ତାଙ୍କ ଅଧିକାର ଓ ସ୍ୱତନ୍ତ୍ରତାକୁ ଉଲ୍ଲଙ୍ଘନ କରୁଛି। ତେଣୁ ଆମେ ଆଶ କରିବୁ ଯେ ହାଇକୋର୍ଟ ଯଥାଶୀଘ୍ର ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରନ୍ତୁ। ଏଥିସହ ତାଙ୍କୁ ମିଳିଥିବା ଅଧିକାର ଯେମିତି କ୍ଷୁଣ୍ଣ ନ ହେବ, ତା’ର ବ୍ୟବସ୍ଥା ମଧ୍ୟ କରିବା ଉଚିତ।

ମହାମାରୀ ସମୟରେ ସମସ୍ତ କୋର୍ଟ ଆବେଦନର ଶୁଣାଣି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏପରି ଏକ ମାମଲା ଶୁଣାଣି ପାଇଁ ତାଲିକା ଭୁକ୍ତ ନ ହେବା ନିଶ୍ଚିତ ନ୍ୟାୟ ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ବିକଳ୍ପ ଦିନ ମାନଙ୍କରେ ଅତିକମରେ ଅଳ୍ପସଂଖ୍ୟକ ବିଚାରପତିମାନେ ଆବେଦନର ଶୁଣାଣି କରିବା ପାଇଁ ପଦକ୍ଷେପ ନେବା ଜରୁରୀ। ନିୟମିତ ଜାମିନ ଆବେଦନକୁ ଶୁଣାଣି ପାଇଁ ତାଲିକା ଭୁକ୍ତ ନ କରିବା ହେପାଜତରେ ଥିବା ବ୍ୟକ୍ତିଙ୍କ ସ୍ୱତନ୍ତ୍ରତାକୁ କ୍ଷୁଣ୍ଣ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

The post ଜାମିନ ଆବେଦନର ଶୁଣାଣି ନ ହେବା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଙ୍ଘନ: ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3gGH4Ui

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages