ମୋଦିଙ୍କୁ ପ୍ରଥମେ ପ୍ରଶଂସା କଲେ ଚିଦାମ୍ବରମ, ପରେ ଛିଗୁଲେଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ମୋଦିଙ୍କୁ ପ୍ରଥମେ ପ୍ରଶଂସା କଲେ ଚିଦାମ୍ବରମ, ପରେ ଛିଗୁଲେଇଲେ

ନୂଆଦିଲ୍ଲୀ: ଜି-୭ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇ ଯାହା କହିଛନ୍ତି ତାହା ପ୍ରେରଣାଦୟକ ଓ ପ୍ରଶଂସାଯୋଗ୍ୟ। ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ୱରମ ଟ୍ୱିଟ୍ କରି ଏହା କହିଛନ୍ତି। କିନ୍ତୁ ମୋଦି ଯାହା ବିଶ୍ୱର ନେତାଙ୍କ ଆଗରେ କହୁଛନ୍ତି ତାହା ଦେଶରେ ମଧ୍ୟ କରିବା ଦରକାର କହି ଛିଗୁଲେଇଛନ୍ତି ଚିଦାମ୍ୱରମ।

ଜି-୭ ବୈଠକରେ ସମସ୍ତ ଦେଶ ଯୋଗ ଦେଇଛନ୍ତି। ଭାରତକୁ ଅତିଥି ଦେଶ ଭାବରେ ବ୍ରିଟେନ ନିମନ୍ତ୍ରଣ କରିଥିଲା। ଏହି ବୈଠକରେ ସମସ୍ତ ଦେଶ ଉପସ୍ଥିତ ରହିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଉପସ୍ଥିତ ରହିଥିଲେ। ହେଲେ କାହିଁକି ବୋଲି ମୋଦି ନିଜକୁ ଥରେ ପଚାରିବା ଦରକାର ବୋଲି କହିଛନ୍ତି ଚିଦାମ୍ୱରମ। ନିଜେ ମଧ୍ୟ ଚିଦାମ୍ୱରମ ଏହାର କାରଣ ଉଲ୍ଲେଖ କରିବାକୁ ଯାଇ କହିଛନ୍ତି ଭାରତ କରୋନାରେ ସର୍ବାଧିକ ସଂକ୍ରମିତ ହୋଇଛି ହେଲେ ସବୁଠାରୁ କମ୍ ଟିକାକରଣ ହୋଇଥିବା ଦେଶ ବୋଲି ସେ କହିଛନ୍ତି।

ଚିଦାମ୍ୱରମ ଏଭଳି କହିବାର ଅର୍ଥ ହେଲା ଯଦି ଆଜି କରୋନା ନିୟନ୍ତ୍ରଣରେ ଥାନ୍ତା ତାହାଲେ ମୋଦି ବ୍ରିଟେନର କର୍ଣ୍ଣୱାଲରେ ଆୟୋଜିତ ହେଉଥିବା ଜି-୭ ବୈଠକରେ ଉପସ୍ଥିତ ରହିପାରିଥାନ୍ତେ। ସେହିପରି ଟିକାକରଣ ଯଦି ଅଧିକରୁ ଅଧିକ ହୋଇଥାନ୍ତା ତାହେଲେ ମୋଦି ଏହି ବୈଠକରେ ଯୋଗ ଦେଇପାରିଥାନ୍ତେ ବୋଲି ଚିଦାମ୍ୱରମ ପରୋକ୍ଷରେ କହିଛନ୍ତି।

ଏହି ଜି-୭ ବୈଠକରେ ଭାରତ, ଅଷ୍ଟ୍ରେଲିଆ, ସାଉଥ କୋରିଆ, ସାଉଥ ଆଫ୍ରିକାକୁ ନିମନ୍ତ୍ରିତ ଅତିଥି ଦେଶ ଭାବରେ ଡକାଯାଇଥିଲା। ପାଖାପାଖି ୨ ବର୍ଷ ପରେ ଏହି ବୈଠକ ଆୟୋଜିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗ ଦେଇ କହିଥିଲେ, ଗଣତନ୍ତ୍ର ଏବଂ ସ୍ୱାଧୀନତା ହେଉଛି ଭାରତୀୟ ସଭ୍ୟତା ସମ୍ବନ୍ଧୀୟ ନୈତିକତାର ଅଂଶବିଶେଷ। ଅବଦମନ ନୁହେଁ, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଗ୍ରସର କରାଇବା, ଅର୍ଥନୀତିକ ବାଧ୍ୟବାଧକତାକୁ ସୁରକ୍ଷା କରିବା ପାଇଁ ଭାରତ ଜି-୭ ଏବଂ ଏହାର ସହଯୋଗୀମାନଙ୍କ ସହ ରହିଛି। ଏହି ଜି-୭ ଗ୍ରୁପରେ ଗଣତାନ୍ତ୍ରିକ ଦେଶ ଉପସ୍ଥିତ ରହିଥାନ୍ତି।

The post ମୋଦିଙ୍କୁ ପ୍ରଥମେ ପ୍ରଶଂସା କଲେ ଚିଦାମ୍ବରମ, ପରେ ଛିଗୁଲେଇଲେ appeared first on Odisha Reporter.



from Odisha Reporter https://ift.tt/35iDXNi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages