ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ଉତ୍ତୋଳନ ଅଭିଯୋଗ, ୩ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ଉତ୍ତୋଳନ ଅଭିଯୋଗ, ୩ ଅଟକ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯିବା ସହିତ ଭିଡିଓ ଉତ୍ତୋଳନ କରାଯାଇଥିବା ନେଇ ଅଭିଯୋଗ ହୋଇଛନ୍ତି। ଉକ୍ତ ନାବାଳିକାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ମୋବାଇଲକୁ ମଧ୍ୟ ପୁଲିସ୍ ଜବତ କରିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଗତ ମାସ ୨୮ ତାରିଖରେ ଏହି ଘଟଣା ଘଟିଥିଲା। ସେଦିନ ନାବାଳିକାଟିର ବାପାମା’ ମୂଲ ଲାଗିବାକୁ ଯାଇଥିଲେ। ସେଥିପାଇଁ ନାବାଳିକା ଜଣଙ୍କ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଥିଲେ। ତେବେ ଅପରାହ୍ନରେ ସେ ଏକୁଟିଆ ଥିବା ଦେଖି ସାହିର ତିନି ଅଭିଯୁକ୍ତ ତାଙ୍କୁ ଡାକିଥିଲେ ଏବଂ ସେଠାରେ ଥିବା ଏକ ନିର୍ମାଣାଧୀନ ଘରକୁ ନେଇ ଯାଇଥିଲେ। ସେଠାରେ ଦୁଇ ଜଣ ତାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଜଣେ ମୋବାଇଲ୍‌ରେ ସେହି ଦୃଶ୍ୟକୁ ଉତ୍ତୋଳନ କରିଥିଲେ। ଘଟଣା ସଂପର୍କରେ କାହାକୁ କହିଲେ ଉକ୍ତ ଭିଡିଓକୁ ସେମାନେ ଭାଇରାଲ୍ କରି ଦେବେ ବୋଲି ଉକ୍ତ ନାବାଳିକାଙ୍କୁ ଧମକ ଦେଇଥିଲେ। ତେଣୁ ସେ ଘଟଣା ସଂପର୍କରେ କାହାକୁ କହି ନଥିଲେ।

ଝିଅଟି କିଛି ନକହିଥିଲେ ବି ତାଙ୍କ ବାପା କୌଣସି ସୂତ୍ରରୁ ଏ ବିଷୟରେ ଜାଣିପାରିଥିଲେ। ତା’ପରେ ସେ ତୁରନ୍ତ ଖଜୁରୀପଡ଼ା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଇଥିଲେ। ଏହା ସହ ୩ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖିଛି। ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯିବ ସହ ପୁଲିସ୍ ସେମାନଙ୍କ ବୟସ ଆଦି ଯାଞ୍ଚ କରୁଥିବା ଜଣାପଡ଼ିଛି।

The post ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ ଉତ୍ତୋଳନ ଅଭିଯୋଗ, ୩ ଅଟକ appeared first on Odisha Reporter.



from Odisha Reporter https://ift.tt/3iGmjLg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages