ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବନଦୁର୍ଗା ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ତିନି ଦିନ ହେବ ନିଖୋଜ ଥିଲେ ବୋଲି ଜଣାପଡ଼ିଛି।
ମୃତ ମହିଳାଙ୍କ ନାଁ କୁନି ସ୍ୱାଇଁ। ତାଙ୍କୁ ୩୫ ବର୍ଷ ହୋଇଥିଲା। ସେ ଲୁଦୁଲିଦି ଗାଁର ଶ୍ୟାମସୁନ୍ଦର ସ୍ୱାଇଁଙ୍କ ଝିଅ ଥିଲେ।
ସୂଚନା ଅନୁଯାୟୀ, ତିନି ଦିନ ତଳେ କୁନି ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସଂପର୍କରେ କିଛି ଖବର ପାଇ ନଥିଲେ। ଆଜି ସକାଳେ କିଛି ଲୋକ ବନଦୁର୍ଗା ଜଙ୍ଗଲକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିବା ବେଳେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହା ପରେ ସେମାନେ ଗାଙ୍ଗପୁର ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ସହିତ ଘଟଣାର ତଦନ୍ତ ଜାରି ରଖିଛି।
ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ ଦାସ।
The post ବନଦୁର୍ଗା ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ appeared first on Odisha Reporter.
from Odisha Reporter https://ift.tt/2RQFGGf
No comments:
Post a Comment