ସାବଧାନ…ଫ୍ରିଜରେ ରଖନ୍ତୁନି ଏହି ସବୁ ଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

ସାବଧାନ…ଫ୍ରିଜରେ ରଖନ୍ତୁନି ଏହି ସବୁ ଫଳ

ପନିପରିବାର ଏବଂ ଫଳକୁ ସତେଜ ରଖିବା ପାଇଁ ସାଧାରଣତଃ ସମସ୍ତେ ଫ୍ରିଜର ବ୍ୟବହାର କରନ୍ତି। ଅଧିକାଂଶଙ୍କ ଘରେ ଫ୍ରିଜରେ ପନିବରିବା ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଏବଂ ଫଳ ମଧ୍ୟ ରଖାଯାଏ। ତେବେ ଏଭଳି କିଛି ଫଳ ରହିଛି ଯାହାକୁ ଫ୍ରିଜରେ ରଖିବା ଅନୁଚିତ। ସେଗୁଡିକୁ ଫ୍ରିଜରେ ରଖିବା ଦ୍ୱାରା ତା’ର ପୋଷକ ତତ୍ତ୍ୱ ନଷ୍ଟ ହୋଇପାରେ। ଏଥିସହ ତା’ହା ବିଷାକ୍ତ ମଧ୍ୟ ପାଲଟିପାରେ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଫଳକୁ ଫ୍ରିଜ୍‌ରେ ରଖିବା ମନା।

କଦଳୀ: କଦଳୀ ଏମିତି ଏକ ଫଳ ଯାହାକୁ କେବେ ବି ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ। ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଶୀଘ୍ର କଳା ପଡିଯାଏ। କଦଳୀର ଡେମ୍ଫରୁ ଇଥାଇଲିନ୍ ଗ୍ୟାସ୍ ବାହାରିଥାଏ, ଯାହା ଅନ୍ୟ ଫଳକୁ ମଧ୍ୟ ଶୀଘ୍ର ପଚାଇ ଦିଏ। ତେଣୁ କଦଳୀକୁ ଭୁଲ୍‌ରେ ବି ଫ୍ରିଜ୍ କିମ୍ବା ଅନ୍ୟ ଫଳ ସହ ମିଶାଇ ରଖିବା ଉଚିତ ନୁହେଁ।

ତରଭୁଜ: ଖରାଦିନେ ଲୋକେ ଅଧିକ ମାତ୍ରାରେ ତରଭୁଜ ଖାଇଥା’ନ୍ତି। ଏହା ଏକ ବଡ଼ ଫଳ ହୋଇଥିବାରୁ ଏହାକୁ ଗୋଟିଏ ଥରରେ ଖାଇବା କଷ୍ଟକର। ଏଭଳି ସ୍ଥିତିରେ ଅଧିକାଂଶ ଲୋକେ ତରଭୁଜକୁ ଖାଇବା ପରେ ଅବଶିଷ୍ଟାଂଶକୁ ଫ୍ରିଜରେ ରଖିଦିଅନ୍ତି। ତରଭୁଜକୁ କେବେବି ଫ୍ରିଜରେ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ସେଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ନଷ୍ଟ ହୋଇଯାଏ।

ସେଉ: ସେଉ ବା ଆପଲକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର ପାଚିଯାଏ। ଏଥିପାଇଁ ଆପଲକୁ ଫ୍ରିଜ ଭିତରେ ରଖିବା ଉଚିତ ନୁହେଁ। ଯଦି ଆପଣ ଆପଲକୁ ଦୀର୍ଘ ସମୟ ଧରି ରଖିବାକୁ ଚାହାନ୍ତି, ତେବେ ସେଗୁଡିକୁ କାଗଜରେ ଗୁଡାଇ ରଖନ୍ତୁ।

ଆମ୍ବ: ଆମ୍ବକୁ ଫ୍ରିଜରେ ରଖନ୍ତୁ ନାହିଁ। ଫ୍ରିଜରେ ରହିଲେ ଆମ୍ବରେ ଥିବା ଆଣ୍ଟିଅକ୍ସିଡାଣ୍ଟ କମିବା ଆରମ୍ଭ କରେ। ଏହି କାରଣରୁ, ଆମ୍ବର ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଯାଏ। ଆମ୍ବକୁ କର୍ବାଇଡ୍ ଦେଇ ପଚା, ତେଣୁ ଏହା ପାଣି ସଂସ୍ପର୍ଶରେ ଆସିଲେ ଶୀଘ୍ର ନଷ୍ଟ ହୋଇଯାଏ।

ଲିଚି: ଖରା ଦିନର ସ୍ୱାଦିଷ୍ଟ ଫଳ ମଧ୍ୟରୁ ଗୋଟିଏ ହେଉଛି ଲିଚି। ଏହାକୁ ମଧ୍ୟ ଭୁଲ୍‌ରେ ଫ୍ରିଜରେ ରଖନ୍ତୁ ନାହିଁ। ଲିଚିକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହାର ଉପର ଅଂଶ ସମାନ ରୁହେ କିନ୍ତୁ ଭିତରେ ନଷ୍ଟ ହେବାକୁ ଲାଗେ। ଏହା ବେଳେ ବେଳେ ବିଷାକ୍ତ ମଧ୍ୟ ପାଲଟିବା ସମ୍ଭାବନା ରହିଛି। ତେଣୁ ଏହାକୁ ଭୁଲ୍‌ରେ ବି ଫ୍ରିଜ୍‌ରେ ରଖନ୍ତୁ ନାହିଁ।

The post ସାବଧାନ…ଫ୍ରିଜରେ ରଖନ୍ତୁନି ଏହି ସବୁ ଫଳ appeared first on Odisha Reporter.



from Odisha Reporter https://ift.tt/3h2HhRR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages