ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିବାଦ ବଢୁଥିବା ଦେଖି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦିଲ୍ଲୀ ଆସିଥିଲେ। ହେଲେ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଫୋନ୍ ଉଠାଇ ନଥିଲେ ବୋଲି ବିଜେପିର ରାଜ୍ୟସଭା ସାଂସଦ ଡକ୍ଟର କିରୋଡି ଲାଲ ମିଣା କହିଛନ୍ତି।
ସେ କହିଛନ୍ତି ଯେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଚାରି-ପାଞ୍ଚ ଦିନ ଦିଲ୍ଲୀରେ ଥିଲେ। ସେ ଅନେକ ଥର ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଫୋନ୍ କଲ କରିଥିଲେ। ହେଲେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କି ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ତାଙ୍କ ଫୋନ୍ ଉଠାଇ ନଥିଲେ। ସଚିନ ପାଇଲଟ ଉଭୟଙ୍କୁ ୪୦-୫୦ ଥର କଲ କରିଥିଲେ, କିନ୍ତୁ ଉଭୟ ତାଙ୍କୁ ଅଣଦେଖା କରିଛନ୍ତି ବୋଲି ସେ କହିଛନ୍ତି।
ରାଜସ୍ଥାନରେ ଗେହଲୋଟ ଏବଂ ପାଇଲଟଙ୍କ ଶିବିର ଏବେ ଦୁଇ ଭାଗ ହୋଇଥିବା ସୂଚନା ରହିଛି। ବିଗତ ବର୍ଷ କେନ୍ଦ୍ର କଂଗ୍ରେସର କିଛି ନେତା ପାଇଲଟଙ୍କୁ ବୁଝାସୁଝା କରାଇ ଶାନ୍ତ କରାଇଥିଲେ। ହେଲେ ସେତେବେଳେ ପାଇଲଟଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ବର୍ଷେ ପରେ ବି ପୂରଣ ହୋଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ଗେହଲଟ ମୁଖ୍ୟତଃ ଦାୟୀ ବୋଲି ପାଇଲଟଙ୍କ ସମର୍ଥକ କହିଛନ୍ତି।
ବିଜେପି ନେତା କିରୋଡି ଏହାକୁ ନେଇ କହିଛନ୍ତି କଂଗ୍ରେସରେ ଏକତାର ଅଭାବ ରହିଛି। ପ୍ରାୟ ୧୦ ମାସର ପ୍ରତିଶ୍ରୁତି ପୂରଣ କରିବା ପାଇଁ ହାଇକମାଣ୍ଡ ଉପରେ ଚାପ ପକାଇବାକୁ ଯାଇଥିଲେ ଦିଲ୍ଲୀରେ ପହଞ୍ଚିଥିଲେ ପାଇଲଟ। ହେଲେ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସେ ଭେଟିବାରେ ବିଫଳ ହୋଇଛନ୍ତି।
ଅନ୍ୟପକ୍ଷରେ, ଯେତେବେଳେ ପାଇଲଟ୍ ଗତ ବର୍ଷ ବିଦ୍ରୋହ କରିଥିଲେ, ତାଙ୍କ ସହ ଥିବା ବିଧାୟକମାନେ ବର୍ତ୍ତମାନ ଗେହଲୋଟଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ବିଏସପିରୁ କଂଗ୍ରେସକୁ ଆସିଥିବା ବିଧାୟକମାନେ ପାଇଲଟ ଏବଂ ତାଙ୍କ କ୍ୟାମ୍ପ ଦଳ ବିରୋଧୀ କାମ କରୁଛନ୍ତି ବୋଲି କହୁଛନ୍ତି।
କିଛି ଦିନ ପୂର୍ବରୁ ୟୁପିର ବଡ଼ ନେତା ଜିତିନ ପ୍ରସାଦ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ ସଚିନ ପାଇଲଟ କ୍ୟାମ୍ପ ପୁଣି ସକ୍ରିୟ ହୋଇଛନ୍ତି। ଚାପ ପକାଇବା ପାଇଁ ପାଇଲଟ ଦିଲ୍ଲୀରେ ପହଞ୍ଚିଥିଲେ। ହେଲେ ଶୀର୍ଷ ନେତାଙ୍କୁ ଭେଟି ପାରିନଥିଲେ। ତେବେ କେଉଁ କାରଣ ପାଇଁ ରାହୁଲ ଓ ପ୍ରିୟଙ୍କା ପାଇଲଟଙ୍କୁ ଭେଟିନଥିଲେ ବା ଫୋନ୍ ଉଠାଇନଥିଲେ ତାର କାରଣ ଜଣାପଡ଼ି ନାହିଁ।
The post ‘ସଚିନ ପାଇଲଟଙ୍କ ଫୋନ୍ କଲ୍ ଉଠାଇଲେନି ରାହୁଲ ଓ ପ୍ରିୟଙ୍କା’ appeared first on Odisha Reporter.
from Odisha Reporter https://ift.tt/3wZuLJJ
No comments:
Post a Comment