ଆକାଶଙ୍କୁ ମିଳିଲା ଜାମିନ, କିନ୍ତୁ ଜେଲ୍‌ରୁ ମୁକୁଳି ପାରିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

ଆକାଶଙ୍କୁ ମିଳିଲା ଜାମିନ, କିନ୍ତୁ ଜେଲ୍‌ରୁ ମୁକୁଳି ପାରିବେନି

କଟକ(ଓଡ଼ିଶା ରିପୋର୍ଟର): ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ପୂର୍ବରୁ ଆକାଶଙ୍କ ବାପା ଓ ଭାବି ଶ୍ୱଶୁର ଜାମିନ ପାଇ ଜେଲ୍‌ରୁ ମୁକୁଳି ସାରିଥିବା ବେଳେ ଏବେ ତାଙ୍କୁ ମିଳିଛି ଜାମିନ। କିନ୍ତୁ ଏବେ ସେ ଜେଲ୍‌ରୁ ମୁକୁଳି ପାରିବେ ନାହିଁ।

ଚାକିରି କରାଇ ଦେବାକୁ କହି ବହୁ ଯୁବକଯୁବତୀଙ୍କଠାରୁ ଆକାଶ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ଜାମିନ ମିଳିଛି। ଏବେ ବି ତାଙ୍କ ନାଁରେ ଥିବା ବହୁ ମାମଲାର ଶୁଣାଣି ଚାଲିଥିବାରୁ ସେ ଜେଲ୍‌ରୁ ମୁକୁଳି ପାରିବେ ନାହିଁ।

ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ଆକାଶା ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି। ଏନେଇ ଆକାଶଙ୍କ ନାଁରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବହୁ ଥାନାରେ ବି ମାମଲା ହୋଇଛି।

ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ତଥା ଆକାଶଙ୍କ ଭାବି ଶ୍ୱଶଶୁର ପ୍ରଦୀପ ପାଣିଗ୍ରାହୀ ବି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ଓ ଏଥିପାଇଁ ସେ ଗିରଫ ବି ହୋଇଥିଲେ। ତେବେ ସେ ନିକଟରେ ଜାମିନ୍ ପାଇ ଜେଲ୍‌ରୁ ମୁକୁଳିଛନ୍ତି।

ସେହିପରି ଆକାଶଙ୍କ ବାପା ପୂର୍ବତନ ଆଇଏଫଏସ୍‌ ଅଭୟକାନ୍ତ ପାଠକ ମଧ୍ୟ ଗିରଫ ହୋଇଥିଲେ। ଦୁଇଟି ଠକେଇ ମାମଲା ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଗିରଫ ହୋଇଥିଲେ। ତେବେ ସେ ବି ଜାମିନ୍‌ ପାଇ ଜେଲ୍‌ରୁ ମୁକୁଳିଛନ୍ତି।

 

The post ଆକାଶଙ୍କୁ ମିଳିଲା ଜାମିନ, କିନ୍ତୁ ଜେଲ୍‌ରୁ ମୁକୁଳି ପାରିବେନି appeared first on Odisha Reporter.



from Odisha Reporter https://ift.tt/2UBVu0J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages