ମୁମ୍ବାଇ: ଲକଡାଉନରେ ଲୁଚାଚୋରାରେ ବିବାହ କରି ନିଜ ଫ୍ୟାନ୍ସଙ୍କୁ ଚକିତ କରିବା ପରେ ବଲିଉଡ୍ର ଚୁଲବୁଲି ନାୟିକା ୟାମି ଗୌତମୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଗୋଟିଏ ପଟେ ବଲିଉଡର ବହୁ ସେଲେବ୍ରିଟି ୟାମି ଓ ତାଙ୍କ ସ୍ଵାମୀ ଆଦିତ୍ୟ ଧରଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ ଅନ୍ୟପଟେ ସୋଶାଲ୍ ମିଡ଼ିଆରେ ଯୁଦ୍ଧ ବି ଆରମ୍ଭ ହୋଇଯାଇଛି।
ବିବାହ ଫଟୋରେ ୟାମି ଖୁବ ସୁନ୍ଦର ଲାଗୁଥିବା ବେଳେ ଏହା ସୋଶାଲ୍ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ୟାମିଙ୍କ କୋ-ଷ୍ଟାର ବିକ୍ରାନ୍ତ ମିସି ଓ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତ।
ୟାମିଙ୍କୁ ବିବାହର ଶୁଭେଚ୍ଛା ଦେବା ସହ ତାଙ୍କ ଫଟୋରେ କିଛି ମସ୍ତିଭରା କମେଣ୍ଟ ଦେଇଥିଲେ ବିକ୍ରାନ୍ତ, ଯାହାକି କଙ୍ଗନାଙ୍କର ହଜମ ହେଲାନି। ୟାମିଙ୍କ ବିବାହ ଫଟୋରେ କମେଣ୍ଟ କରି ଏହା ରାଧେ ମା’ ପରି ଶୁଦ୍ଧ ଓ ପବିତ୍ର ବୋଲି ଲେଖିଥିଲେ ବିକ୍ରାନ୍ତ। ହେଲେ ୟାମିଙ୍କୁ ରାଧେ ମା’ ସହିତ ତୁଳନା କଥାକୁ କଙ୍ଗନା ଗ୍ରହଣ କରି ପାରି ନଥିଲେ।
ଏପରିକି ବିକ୍ରାନ୍ତଙ୍କ ଉଦ୍ଦେଶ୍ୟରେ କେଉଁଠୁ ବାହାରିଲା ଏ ଅସରପା ବୋଲି କହିବା ସହ ଚପଲ ଆଣ ବୋଲି ମଧ୍ୟ ସୋଶାଲ ମିଡ଼ିଆରେ କମେଣ୍ଟ କରିଦେଲେ କଙ୍ଗନା। ଆଉ ଏହା ଏବେ ଖୁବ ଚର୍ଚ୍ଚା ବିଷୟ ପାଲିଟିଛି। ଏହାକୁ ନେଇ କିଛି ସୋଶାଲ ମିଡ଼ିଆ ୟୁଜର କଙ୍ଗନାଙ୍କୁ ଓ ଆଉ କିଛି ବିକ୍ରାନ୍ତଙ୍କୁ ସପୋର୍ଟ କରିଛନ୍ତି।
ଅପରପକ୍ଷେ ୟାମିଙ୍କ ଫଟୋଙ୍କୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରି କଙ୍ଗନା ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ହିମାଚଳ ପ୍ରଦେଶର ପାହାଡି କନ୍ୟା ୟାମି ଖୁବ୍ ସୁନ୍ଦର ଓ ଦେବୀ ସଦୃଶ ଦେଖାଯାଉଥିବା କଙ୍ଗନା ଲେଖିଛନ୍ତି।
ୟାମି ହିମାଚଳ ପ୍ରଦେଶର ବିଳାସପୁରରେ ଜନ୍ମ ହୋଇଥିବା ବେଳେ କଙ୍ଗନା ସେହି ରାଜ୍ୟର ଭାମ୍ବଲା ନାମକ ଏକ ଛୋଟ ସହରରେ ଜନ୍ମ ହୋଇଥିଲେ।
ସୂଚନାଯୋଗ୍ୟ, ଗତ ୪ ତାରିଖରେ ନିଜ ବିବାହ ଫଟୋ ଶେଆର କରି ୟାମି ସମସ୍ତଙ୍କୁ ଚକିତ କରିଦେଇଥିଲେ। ୟାମି ”ଉରି’ ଫିଲ୍ମରୁ ନିର୍ଦେଶନାରେ ଡେ଼ବ୍ୟୁ କରିଥିବା ଆଦିତ୍ୟ ଧରଙ୍କୁ ନିଜ ଜୀବନସାଥୀ କରିଛନ୍ତି। ଏହି ଫିଲ୍ମରେ ୟାମି ଲିଡ୍ ରୋଲରେ ଅଭିନୟ କରିଥିଲେ।
The post ୟାମିଙ୍କ ଫଟୋକୁ ନେଇ ୱାର, କଙ୍ଗନା କହିଲେ ଏ ଅସରପା କୋଉଠୁ ଆସିଲା appeared first on Odisha Reporter.
from Odisha Reporter https://ift.tt/3cmzYDb
No comments:
Post a Comment