ରାଜ୍ୟରେ କରୋନା ମୃତ୍ୟୁ ୩୦୩୫କୁ ବୃଦ୍ଧି, ଖୋର୍ଦ୍ଧାରେ ୫୦୦ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ରାଜ୍ୟରେ କରୋନା ମୃତ୍ୟୁ ୩୦୩୫କୁ ବୃଦ୍ଧି, ଖୋର୍ଦ୍ଧାରେ ୫୦୦ ଟପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି।

୨୧ଟି ଜିଲ୍ଲାରୁ ଏହି ୪୧ ଜଣଙ୍କ ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି। ଏହି ଜିଲ୍ଲାରୁ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୧କୁ ବୃଦ୍ଧି ପାଇଛି, ଯାହା ସାରା ରାଜ୍ୟରେ ସର୍ବାଧିକ।

ସେହିପରି ସୁନ୍ଦରଗଡ଼ରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ ଓ ଗଞ୍ଜାମରୁ ୩ ଜଣ ଲେଖାଏଁ ବରଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ, ଏବଂ ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ ମୃତ୍ୟୁ ମାମଲା ସହିତ ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୧୦୯, ବରଗଡ଼ରେ ୫୪, ଭଦ୍ରକରେ ୩୪, ଦେବଗଡ଼ରେ ୨୭, ଢେଙ୍କାନାଳରେ ୩୯, ଗଜପତିରେ ୬୬, ଗଞ୍ଜମରେ ୨୯୨, ଜଗତସିଂହପୁରରେ ୪୯, ଯାଜପୁରରେ ୩୩, ଝାରସୁଗୁଡ଼ାରେ ୭୨, କଳାହାଣ୍ଡିରେ ୧୩୫, କେନ୍ଦ୍ରାପଡ଼ାରେ ୫୪, କେନ୍ଦୁଝରରେ ୫୮, ମୟୂରଭଞ୍ଜରେ ୧୦୨, ନୟାଗଡ଼ରେ ୫୩, ପୁରୀରେ ୧୬୦, ସମ୍ବଲପୁରରେ ୯୫, ସୁବର୍ଣ୍ଣପୁରରେ ୩୫ ଓ ସୁନ୍ଦରଗଡ଼ରେ ୨୮୮କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ବଲାଙ୍ଗିର ଜିଲ୍ଲାରେ ଏଯାବତ୍ ୬୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧରେ ୫୭, କଟକରେ ୧୮୪, କନ୍ଧମାଳରେ ୪୩, ମାଲକାନଗିରିରେ ୩୩, ନବରଙ୍ଗପୁରରେ ୪୨, ନୂଆପଡ଼ାରେ ୬୧ ଓ ରାୟଗଡ଼ାରେ ୧୧୮ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୬୪୦ ଜଣ ଅଛନ୍ତି।

The post ରାଜ୍ୟରେ କରୋନା ମୃତ୍ୟୁ ୩୦୩୫କୁ ବୃଦ୍ଧି, ଖୋର୍ଦ୍ଧାରେ ୫୦୦ ଟପିଲା appeared first on Odisha Reporter.



from Odisha Reporter https://ift.tt/3vYbpnH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages