ନୂଆଦିଲ୍ଲୀ: ଦେଶରେ କୋଭିଡ ୧୯ ସଂକ୍ରମିତ ସଂଖ୍ୟା କ୍ରମାଗତ କମି ଚାଲିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୫୦,୮୪୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଅବଧିରେ ୧,୩୫୮ ଜଣଙ୍କର ମୃତ୍ୟୁ ଘଟିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ସଂଖ୍ୟା ୬,୪୩,୧୯୪କୁ ହ୍ରାସ ପାଇଛି। ଯାହାକି ଗତ ୮୨ ଦିନ ମଧ୍ୟରେ ସର୍ବନିମ୍ନ। ଏଥିସହିତ କରୋନାରୁ ଆରୋଗ୍ୟ ହେଉଥିବା ଲୋକଙ୍କ ସଂଖ୍ୟା ୨,୮୯,୯୪,୮୫୫ କୁ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୬୮,୮୧୭ ଜଣ ଆରୋଗ୍ୟ ହୋଇଛନ୍ତି।
ଏଥିସହ ଦେଶରେ ଆରୋଗ୍ୟ ହାର ୯୬.୫୬%କୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ହାର ୨.୬୭ ପ୍ରତିଶତକୁ ଖସିଛି। ବିଗତ ୧୬ ଦିନ ହେବ ଦୈନିକ ସଂକ୍ରମଣ ୫ ପ୍ରତିଶତ ତଳେ ରହିଛି। ଗତକାଲିର ରିପୋର୍ଟ ଅନୁଯାୟୀ ଦୈନିକ ସଂକ୍ରମଣ ହାର ୩.୩୨ ପ୍ରତିଶତକୁ ଖସିଥିଲା।
ଏବେ ଦେଶ ପାଇଁ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ ବୋଲି ଗବେଷଣାରୁ ଜଣାପଡ଼ିଛି। ଏବେ ମୋଟ୍ ସଂକ୍ରମିତଙ୍କ ମଧ୍ୟରେ ଡେଲଟା ପ୍ଲସ ଭେରିଆଣ୍ଟ ସଂକ୍ରମିତ ୪୦ରୁ ଅଧିକ ରହିଥିବା ସୂଚନା ରହିଛି। କେରଳ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଏହି ଡେଲଟା ପ୍ଲସ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ମହାରାଷ୍ଟ୍ର ୨୧, ମଧ୍ୟପ୍ରଦେଶ ୬, କେରଳ ଓ ତାମିଲନାଡୁରୁ ୩ ଜଣ ଲେଖାଏଁ ଏବଂ ପଞ୍ଜାବ, ଆନ୍ଧ୍ରପ୍ରଦେଶ ଜମ୍ମୁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଏବେ ଦୈନିକ ଟିକାକରଣ ପୂର୍ବ ଅପେକ୍ଷା ଅଧିକ ରହିଛି। ଏଯାବତ ୨୯ କୋଟି ଲୋକ ଟିକା ନେଇଛନ୍ତି। ଯେଉଁଥିରେ ପ୍ରଥମ ଡୋଜ ସଂଖ୍ୟା ଅଧିକ ରହିଛି। ମଙ୍ଗଳବାର ୫୪ ଲକ୍ଷ ଲୋକ ଟିକା ନେଇଛନ୍ତି। ଯାହାକି ସୋମବାର ଅପେକ୍ଷା ଢ଼େର କମ୍ ରହିଛି। ସୋମବାର ଏହି ସଂଖ୍ୟା ୮୫ ଲକ୍ଷ ଥିଲା।
The post ତଳମୁହାଁ ଡେଲଟା ସଂକ୍ରମଣ, ଉପର ମୁହାଁ ଡେଲଟା ପ୍ଲସ appeared first on Odisha Reporter.
from Odisha Reporter https://ift.tt/3d5yCNs
No comments:
Post a Comment