ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବୋଧହୁଏ ଆମେ ପିକ୍ ଅତିକ୍ରମ କରିଗଲେ। ସ୍ଥିତି ଏବେ ତଳମୁହାଁ ହେଉଛି।’ ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି କଥା କହିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ଦେଶରେ ସଂକ୍ରମଣ ଖସୁଛି। ଅନ୍ୟ ରାଜ୍ୟରେ ଯେତେବେଳେ ଅଧିକ ଥିଲା ଆମର ଅଧିକ ନଥିଲା। ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢ଼ିଥିବାରୁ ଏବେ ଖସୁଛି। ସେହିପରି ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ମୃତ୍ୟ ସଂଖ୍ୟା କମ୍ ରହିଛି। ମେ’ ମାସରେ ଅଧିକ ଗୁରୁତର ରୋଗୀ ଥିବାରୁ ଅଧିକ ମୃତ୍ୟୁ ହେଉଛି। ବର୍ତ୍ତମାନ ଗୁରୁତର ରୋଗୀଙ୍କ ସଂଖ୍ୟା କମୁଛି। ଅଧିକାଂଶ ଡାକ୍ତରଖାନାରେ ବେଡ୍ ଖାଲି ହେଉଛି।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏତେ ବ୍ଲାକ ଫଙ୍ଗସ ରୋଗୀ ନାହାନ୍ତି। ମୋଟ ୪୧ ଜଣଙ୍କ ରିପୋର୍ଟ ହୋଇଛି। ସେମାନେ ଚିକିତ୍ସାଧୀନ ଅଛନ୍ତି। ଆଗକୁ କାଳେ ବଢିବ, ସେଥିପାଇଁ ପ୍ରସ୍ତୁତ ରହିଛୁ।
ସେ କହିଛନ୍ତି, ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି। ସ୍ୱତନ୍ତ୍ର ଟାସ୍କ ଫୋର୍ସ କରାଯାଇଛି। ଏହି ଟାସ୍କ ଫୋର୍ସ ଯାହା ପ୍ରସ୍ତାବ ଦେବେ ସେହି ଅନୁସାରେ ବ୍ୟବସ୍ଥା କରାଯିବ। ସବୁ ଜିଲ୍ଲା ହସ୍ପିଟାଲରେ ଏବଂ ମେଡିକାଲ କଲେଜରେ ଉଭୟ କୋଭିଡ ଓ ଅଣ କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯିବ।
ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଆଇସିଏମଆର ଗାଇଡ୍ଲାଇନ୍ ଅନୁସାରେ ଅଧିକ ଆଣ୍ଟିଜେନ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। ଗ୍ରାମାଞ୍ଚଳକୁ କଭର କରିବାକୁ ହେଲେ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବାର ଆବଶ୍ୟକତା ରହିଛି।
The post ‘ପିକ୍ ଅତିକ୍ରମ କରିଛି, ସ୍ଥିତି ତଳମୁହାଁ ହେଉଛି’ appeared first on Odisha Reporter.
from Odisha Reporter https://ift.tt/3wUEVuT
No comments:
Post a Comment