ଆକ୍ଟିଂକୁ ବାଏ ବାଏ କଲେ ଅନୀତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 12, 2021

ଆକ୍ଟିଂକୁ ବାଏ ବାଏ କଲେ ଅନୀତା

ମୁମ୍ବାଇ: ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ଛୋଟ ପରଦାରେ ରାଜ୍‌ କରିବା ପରେ ଆକ୍ଟିଂକୁ ଅଲବିଦା କହିଛନ୍ତି ମୋଷ୍ଟ ଷ୍ଟାଇଲିଶ ଡିଭା ଅନୀତା ହଂସନନ୍ଦାନୀ। ନାଗୀନ-5 ଫେମ ଏହି ଅଭିନେତ୍ରୀ ଆକ୍ଟିଂ ଛାଡିବେ ବୋଲି କହି ନିଜ ଫ୍ୟାନ୍ସଙ୍କୁ ଚକିତ କରିଦେଇଛନ୍ତି l

ନିଜ ୪ ମାସର ପୁଅ ଆରବର ଯତ୍ନ ନେବା ନିମନ୍ତେ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।  ଏକ ସାକ୍ଷାତକାରରେ ଅନୀତା କହିଛନ୍ତି, ଦୀର୍ଘ ବର୍ଷ ଧରି ଆକ୍ଟିଂ ଦୁନିଆରେ ସକ୍ରିୟ ରହିଲି l ହେଲେ ପିଲା ହେବା ପରେ ତା ଯତ୍ନ ନେବାକୁ ପ୍ରାଥମିକତା ଦେଵି ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲି l କରୋନା ଭାଇରସ ପାଇଁ ନୁହେଁ, ମୋ ପିଲା ପାଇଁ ମୁଁ ଏପରି ନିଷ୍ପତ୍ତି ନେଇଛି l ଏବେ ମୁଁ ସବୁ ସମୟ ମୋ ପିଲାକୁ ଦେବାକୁ ଚାଁହୁଛି l

ଏଥିସହ ଅନୀତା କହିଛନ୍ତି, ଜାଣିନି ପୁଣି ଥରେ କେବେ ଟିଭି ଇଣ୍ଡଷ୍ଟ୍ରିକୁ ଫେରିବି l ହେଲେ ମୋ ମନ ସବୁବେଳେ ମୋ ପୁଅ ପାଖରେ ରହିବାକୁ ଚାହୁଁଛି l କରୋନା ଯୋଗୁ ତାଙ୍କ ସ୍ଵାମୀ ରୋହିତ ଘରେ ରହୁଥିବାରୁ ଉଭୟଙ୍କ ସହ ସମୟ ଅତିବାହିତ କରିବାକୁ ସେ ଆକ୍ଟିଂ ଛାଡୁଥିବା କହିଛନ୍ତି l

କେବଳ ଛୋଟ ପରଦାରେ ନୁହେଁ ବଡ଼ ପରଦାରେ ଵି ନିଜ ପରିଚୟ ତିଆରି କରିପାରିଛନ୍ତି ଅନୀତା l ବହୁ ପପୁଲାର ଟିଭି ଶୋ ‘ୟେ ହେ ମୋହବତେ’, ‘କାବ୍ୟାଞ୍ଜଳି’, ‘କ୍ୟୁଁ କି ଶାଶ ଭି କଭି ବହୁ ଥି’, ‘କସମ ସେ’ ପରି ହିଟ ସିରିଏଲରେ ସେ ନିଜ ଛାପ ଛାଡିଛନ୍ତି l ସେହିପରି ବଲିଉଡ ମୁଭି ‘କୃଷ୍ଣ କଟେଜ’, ’କୁଛ ତୋ ହେ’, ‘କୋଇ ଆପ ସା’ ଓ ‘ୟେ ଦିଲ’ ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି।

 

The post ଆକ୍ଟିଂକୁ ବାଏ ବାଏ କଲେ ଅନୀତା appeared first on Odisha Reporter.



from Odisha Reporter https://ift.tt/3zpRdxs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages