ଘରେ ଥିଲେ ୪ ଜଣ, ପଶିଗଲା ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 12, 2021

ଘରେ ଥିଲେ ୪ ଜଣ, ପଶିଗଲା ଭାଲୁ

ଉମରକୋଟ (କାର୍ତ୍ତିକ ମଲ୍ଲିକ):ଘରେ ୪ ଜଣ ସଦସ୍ୟ ଥିବା ବେଳେ ହଠାତ ପଶିଗଲା ଭାଲୁ l ଭାଲୁ କବଳରୁ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଥିବା ବେଳେ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଭାଲୁକୁ କାବୁ କରିଛନ୍ତି ବନ ବିଭାଗ କର୍ମଚାରୀ l ଘଟଣାଟି ଗତକାଲି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ରାଣୀଚଛରା ଗ୍ରାମରେ ଘଟିଛି l

ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଉକ୍ତ ଗ୍ରାମର ଜଗି ସାନ୍ତାଙ୍କ ଘରେ ହଠାତ ଏକ ଭାଲୁ ପଶି ଯାଇଥିଲା । ସେହି ସମୟରେ ଘର ଭିତରେ ୪ ଜଣ ସଦସ୍ୟ ଥିଲେ l କିନ୍ତୁ ସୌଭାଗ୍ୟ ବଶତଃ ଭାଲୁଟି ସେମାନଙ୍କ ପାଖକୁ ନ ଯାଇ କାଠ ଥିବା ଅନ୍ୟ ଏକ ରୁମରେ ପଶିଯାଇଥିଲା।

ପରେ କୌଶଳକ୍ରମେ ଭାଲୁ ପଶିଥିବା ରୁମକୁ ବାହାରୁ ବନ୍ଦ କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ପରିବାର ଲୋକେ । ପରେ ଉକ୍ତ ଘଟଣା ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଝରିଗାଁ ବନବିଭାଗ କର୍ମଚାରୀ ପହଞ୍ଚିଥିଲେ  ଓ ଭାଲୁଟିକୁ ଉଦ୍ଧାର କରିଥିଲେ। ୩ ଘଣ୍ଟାର ଅପରେସନ ପରେ ଭାଲୁକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲକୁ ଛଡାଯିବ ବୋଲି କହିଛନ୍ତି ବନବିଭାଗ କର୍ମଚାରୀ।

The post ଘରେ ଥିଲେ ୪ ଜଣ, ପଶିଗଲା ଭାଲୁ appeared first on Odisha Reporter.



from Odisha Reporter https://ift.tt/3vkM1HE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages