‘ବୁଢ଼ାଙ୍କ ସହ ତୁମ ଯୋଡ଼ି ମାନୁନି’, କିଏ ଦିଶାଙ୍କୁ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

‘ବୁଢ଼ାଙ୍କ ସହ ତୁମ ଯୋଡ଼ି ମାନୁନି’, କିଏ ଦିଶାଙ୍କୁ କହିଲେ ଏମିତି କଥା

ମୁମ୍ବାଇ: ‘କହିଁ ପେ ନିଗାହେଁ, କହିଁ ପେ ନିଶାନା’ l ବଲିଉଡ୍‌ର ହିଟ୍‌ ଓ ଫିଟ୍‌ ଡିଭା ଦିଶା ପାଟନୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ଅବସରରେ ଭାଇଜାନ (ସଲମାନ ଖାନ)ଙ୍କୁ ଟାର୍ଗେଟ କରିଛନ୍ତି କମାଲ ଆର ଖାନ (କେଆରକେ) l

କେଆରକେ ଟ୍ୱିଟ୍‌ କରି ବୁଢ଼ା କଳାକାରଙ୍କ ସହ ଦିଶାଙ୍କ ଯୋଡ଼ି ଭଲ ମାନୁ ନଥିବା କହିଛନ୍ତି। ଏହା ସହିତ ବେଳେ ବୟଫ୍ରେଣ୍ଡ ଟାଇଗର ଶ୍ରଫଙ୍କ ସହ କାମ କରିବାକୁ ସେ ଦିଶାଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ‘ରାଧେ’ ଫିଲ୍ମରେ ଦିଶା ‘ଦବଙ୍ଗ’ ଖାନଙ୍କ ସହ ସ୍କ୍ରିନ ଶେଆର କରିଥିବା ବେଳେ ଏହି ଫିଲ୍ମର ରିଭିୟୁ କରିଥିଲେ କେଆରକେ l ଆଉ ରାଧେ ଦେଖିବା କେବଳ ସମୟ ବର୍ବାଦ ବୋଲି କହିଥିଲେ।

ତାଙ୍କ ମନ୍ତବ୍ୟକୁ ଗୁରୁତ୍ୱର ସହ ନେଇଥିଲେ ସଲମାନ ଖାନ୍‌। ଆଉ ମାମଲା କୋର୍ଟରେ ପହଞ୍ଚିଥିଲା। କେଆରକେଙ୍କ ନାଁରେ ମାନହାନୀ ମାମଲା କରିଥିଲେ ସଲମାନ। ‘ରାଧେ’ ଫିଲ୍ମର ରିଭିୟୁ କରିଥିବାରୁ ସଲମାନ ତାଙ୍କ ବିରୋଧରେ ଜାଣିଶୁଣି ମାନହାନୀ ମାମଲା କରିଥିବା କେଆରକେ କହିଥିଲେ। ଏହାର ସ୍ପଷ୍ଟୀକରଣ ଦେବାକୁ ଯାଇ ସଲମାନଙ୍କ ଓକିଲ କହିଥିଲେ କି କେଆରକେ ତାଙ୍କ ବିରୋଧରେ ହାୱାଲା ଅଭିଯୋଗ ଆଣିଥିବାରୁ ମାନହାନୀ ମାମଲା ହୋଇଥିଲା।

କୋର୍ଟଙ୍କ ଭୟରେ କେଆରକେ ସଲମାନଙ୍କ ପିତା ସଲିମ ଖାନଙ୍କୁ କ୍ଷମା ମାଗିବା ପରେ ଏହି ମାମଲା ଶାନ୍ତ ପଡ଼ିଥିଲା। ତେବେ ପରୋକ୍ଷରେ ପୁଣି ଥରେ କେଆରକେଙ୍କ ଆଟାକ୍‌ ପରେ ଭାଇଜାନଙ୍କ ରିଆକ୍ସନ୍‌ କ’ଣ ରହିବ, ତାହା ସମୟ କହିବ।

 

The post ‘ବୁଢ଼ାଙ୍କ ସହ ତୁମ ଯୋଡ଼ି ମାନୁନି’, କିଏ ଦିଶାଙ୍କୁ କହିଲେ ଏମିତି କଥା appeared first on Odisha Reporter.



from Odisha Reporter https://ift.tt/3vh4pkF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages