କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଦିଆଯାଉ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 11, 2021

କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଦିଆଯାଉ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ-୧୯ରେ ଆଖି ବୁଜିଥିବା ମୃତକଙ୍କ ପରିବାରକୁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବା ଦରକାର। ଏ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଏକ ଆବେଦନ। ଜାତୀୟ ବିପର୍ଯ୍ୟୟ ଆକ୍ଟର ଧାରା ୧୨ ଅନୁଯାୟୀ ସରକାର ଆର୍ଥିକ ସହାୟତା କରିବା ନେଇ ପ୍ରାବଧାନ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ସୁପ୍ରିମକୋର୍ଟ ଏହି ଆବେଦନର ବିଚାର କରି କେନ୍ଦ୍ର ସରକାରଙ୍କୁ ସମାନ ପ୍ରସ୍ତାବ ଦେଇଛନ୍ତି। ଦୁଇ ସପ୍ତାହ ପରେ କେନ୍ଦ୍ର ସରକାର ଏହାର ଉତ୍ତର ରଖିବେ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ କହିଛନ୍ତି।

ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଏମ୍. ଶାହା କହିଛନ୍ତି ଯେ ପିଆଇଏଲରେ ଉଠାଯାଇଥିବା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ଏବଂ ସରକାର ଏହାର ଉତ୍ତର ଦାଖଲ କରିବେ। ତୁଷାର ମେହେଟା କହିଛନ୍ତି ଯେ ସରକାର ଏକ ଜାତୀୟ ନୀତି ଉପରେ ବିଚାର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତର ଦେବାକୁ ଦୁଇ ସପ୍ତାହ ସମୟ ଆବଶ୍ୟକ। ଦୁଇ ସପ୍ତାହ କାହିଁକି ଆବଶ୍ୟକ ବୋଲି ଖଣ୍ଡପୀଠ ପଚାରିଥିଲେ ଜବାବରେ ସରକାରଙ୍କ ଓକିଲ ତୁଷାର ମେହେଟା କହିଛନ୍ତି କରୋନା ପରିଚାଳନା ସହ ଜଡିତ ଅନ୍ୟାନ୍ୟ ବିଷୟ ସହିତ ବାବଦରେ ବିଚାର କରିବାକୁ ହେବ।

ଏହି ମାମଲାରେ ହାଜର ହୋଇଥିବା ଅନ୍ୟ ଜଣେ ଓକିଲ କହିଛନ୍ତି ଯେ ବ୍ଲାକ ଫଙ୍ଗସ କାରଣରୁ ମୃତ୍ୟୁ ମଧ୍ୟ କୋଭିଡର ଫଳାଫଳ। ତେଣୁ ଏହାକୁ ମଧ୍ୟ କରୋନା ମୃତକଙ୍କ ତାଲିକାରେ ଯୋଡ଼ିବା ଦରକାର। ଏହା ଉପରେ ତୁଷାର ମେହେଟା କହିଛନ୍ତି ଏହା ସଠିକ ପରାମର୍ଶ। ଏ ବାବଦରେ ତର୍ଜମା ହେବା ଆବଶ୍ୟକ। ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଜୁନ୍ ୨୧ରେ ହେବ ବୋଲି ଜଣାପଡ଼ିଛି।

ଓକିଲ ଗୌରବ କୁମାର ବନସଲ ଏବଂ ରୀପକ କନସଲ ଏହି ଆବେଦନ ଦାୟର କରିଛନ୍ତି। ମେ ୨୪ରେ କୋର୍ଟ ଏହି ପିଟିସନ ଉପରେ କେନ୍ଦ୍ରର ଜବାବ ମାଗିଥିଲେ ଏବଂ ମୃତ୍ୟୁର କାରଣ କୋଭିଡ ରହିଥିବାବେଳେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଉପରେ ଏକକ ନୀତି ଅଛି କି ନାହିଁ ସରକାରକୁ ଜଣାଇବାକୁ କହିଥିଲେ।

The post କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଦିଆଯାଉ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3cBkE5K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages