ଖାଦ୍ୟ ଯେତେ ଯତ୍ନର ସହ ପ୍ରସ୍ତୁତ ହୋଇଥିଲେ ଵି ଲୁଣ ପଡ଼ିନଥିଲେ ତାହା ସ୍ୱାଦହୀନ ହୋଇଥାଏ। ସମସ୍ତଙ୍କ ରୋଷେଇ ଘରେ ଲୁଣର ଏକ ସ୍ୱତନ୍ତ୍ର ସ୍ଥାନ ଥିବା ବେଳେ ବାସ୍ତୁଶାସ୍ତ୍ରରେ ଵି ଏହାର ମହତ୍ତ୍ୱ ରହିଛି।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚିମୁଟାଏ ଲୁଣ ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯାଇ ହସଖୁସି ପରିବେଶ ସୃଷ୍ଟି ହୋଇଥାଏ। ଫଳରେ ଘରେ ସୁଖଶାନ୍ତି ବିରାଜମାନ କରିଥାଏ। ଆର୍ଥିକ ସମସ୍ୟା ଦୂର ହେବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏସବୁ ପାଇଁ ଲୁଣକୁ କେମିତି ବ୍ୟବହାର କରିବେ।
- ଘରେ ସବୁବେଳେ ସୁଖଶାନ୍ତି ବଜାୟ ରଖିବାକୁ ଓ ପରିବାର ସଦସ୍ୟଙ୍କ ଭିତରେ ମନୋମାଳିନ୍ୟ ନହେବା ପାଇଁ ଘର ପୋଛିବା ସମୟରେ ସେଥିରେ ବ୍ୟବହୃତ ପାଣିରେ କିଛି ଲୁଣ ପକାଇ ଦିଅନ୍ତୁ। ଲୁଣମିଶ୍ରିତ ପାଣିରେ ଘର ପୋଛିଲେ ଘରେ ସବୁବେଳେ ପଜିଟିଭ ଏନର୍ଜି ରହିଥାଏ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ।
- ଆପଣ ନିଜ ରୋଷେଇ ଘରେ ଲୁଣ ରଖିଥିବା ପାତ୍ରର ବାସ୍ତୁ ପ୍ରଭାବ ଵି ପଡିଥାଏ। ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖନ୍ତୁ ନାହିଁ। ତାହାକୁ ସବୁବେଳେ କାଚପାତ୍ରରେ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଘରେ ଶାନ୍ତି ବିରାଜମାନ ସହ ଆର୍ଥିକ ସମସ୍ୟା ଦୂରେଇ ଯାଇଥାଏ। ଆପଣ ଚାହିଁଲେ ଲୁଣ ପାତ୍ରରେ ଖଣ୍ଡେ ଲବଙ୍ଗ ମଧ୍ୟ ପକାଇ ପାରିବେ।
- ବହୁ ସମୟରେ ରାହୁ ପ୍ରଭାବ ଯୋଗୁ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଏହା ପ୍ରଭାବରେ ପରିବାର ସଦସ୍ୟ ଲଗାତାର ବେମାର ରହିଥାନ୍ତି। ଏହି ସମସ୍ୟାରୁ ମୁକୁଳିବାକୁ ଏକ କାଚ ପାତ୍ରରେ ସନ୍ଧବ ଲୁଣ ଭର୍ତ୍ତି କରି ତାହାକୁ ବାଥରୁମରେ ରଖି ଦିଅନ୍ତୁ। ପ୍ରତି ୧୫ ଦିନରେ ଏହି ଲୁଣକୁ ବଦଳାଇ ଦିଅନ୍ତୁ।
- ଯଦି ଆପଣ ମାନସିକ ଶାନ୍ତି ପାଇପାରୁନାହାନ୍ତି, ଚାପମୁକ୍ତ ହୋଇପାରୁ ନାହାନ୍ତି, କାମରେ ମନ ଦେଇପାରୁ ନାହାନ୍ତି, ତା’ହେଲେ ଏପରି ସମସ୍ୟାରୁ ବାହାରିବାକୁ ଲୁଣ ଆପଣଙ୍କୁ ସାହାଯ୍ୟ କରିପାରେ। ଏଥିପାଇଁ ଆପଣ ଗାଧୋଇବା ବେଳେ ପାଣିରେ କିଛି ଲୁଣ ପକାଇ ସେଥିରେ ଗାଧାନ୍ତୁ। ସମ୍ଭବ ହେଲେ ରାତିରେ ଶୋଇବା ପୂର୍ବରୁ ଲୁଣ ମିଶ୍ରିତ ପାଣିରେ ଧୁଆଧୋଇ ହୋଇପାରନ୍ତି। ଏପରି କରିବା ଦ୍ୱାରା ଆପଣ ଚାପମୁକ୍ତ ହେବେ ଓ ଭଲ ନିଦ ଵି ହେବ।
The post ଘରେ ଲାଗି ରହୁଛି କି ଅଶାନ୍ତି, ଚିମୁଟାଏ ଲୁଣରେ ଦୂର ହୋଇପାରେ ସମସ୍ୟା appeared first on Odisha Reporter.
from Odisha Reporter https://ift.tt/3cBksn2
No comments:
Post a Comment