ଉତ୍ତରପ୍ରଦେଶ ଝିଅ ଏବେ ଓଡ଼ିଶା ବୋହୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ଉତ୍ତରପ୍ରଦେଶ ଝିଅ ଏବେ ଓଡ଼ିଶା ବୋହୂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ଝିଅ ଏବେ ଓଡ଼ିଶା ବୋହୂ। ଓଡ଼ିଆ ପୁଅଙ୍କ ପ୍ରେମରେ ପଡ଼ି ଘର ପରିବାରକୁ ପର କରି ନୂଆ ସଂସାର ଗଢ଼ିବା ପାଇଁ ଚାଲି ଆସିଲେ ଭୁବନେଶ୍ୱର। ଏବେ କିନ୍ତୁ ଉତ୍ତରପ୍ରଦେଶ ପୁଲିସ ପହଞ୍ଚିଛି ତାଙ୍କୁ ଫେରାଇ ନେବା ପାଇଁ।  କାହିଁକିନା ଯୁବତୀଙ୍କ ପରିବାର ଲୋକ ଆଣିଛନ୍ତି ଅପହରଣର ଅଭିଯୋଗ। ହେଲେ ଯୁବତୀଙ୍କ ସିଧା କଥା ସେ ସାବାଳିକା ନିଜ ଇଚ୍ଛାରେ ଆସିଛନ୍ତି। ଏଠାରେ ବିହାହ କରିଛନ୍ତି, ଆଉ ଏଠାରେ ରହିବେ।

ଭୁବନେଶ୍ୱରରେ ରହୁଥିବା ଯୁବକ ପୃଥିରାଜ ପଣ୍ଡାଙ୍କ ପ୍ରେମରେ ପଡ଼ିଥିଲେ ଗୋରଖପୁର ଅଞ୍ଚଳର ଆକାଂକ୍ଷା ସିଂ। ପରେ ଦୁହେଁ ଜୀବନ ସାଥୀ ହେବାର ନିଷ୍ପତ୍ତି ନେଇଥିଲେ। ଏହା ପରେ ସେ ନିଜ ପ୍ରେମ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ମାତ୍ର ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ଏପରିକି ତାଙ୍କୁ ନିର୍ଯାତନା ଦେଇଥିବା ଆକାଂକ୍ଷା କହିଥିଲେ। ଶେଷରେ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ ଆକାଂକ୍ଷା।

ଘର ଛାଡ଼ିବା ପୂର୍ବରୁ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ସେ ଲେଖିଥିଲେ, ନିଜ ଇଚ୍ଛା ଅନୁସାରେ ସେ ଘର ଛାଡ଼ି ଓଡ଼ିଶା ଯାଉଛନ୍ତି। ସେଠାରେ ସେ ତାଙ୍କ ପ୍ରେମିକଙ୍କୁ ବାହା ହୋଇ ରହିବେ ବୋଲି ଚିଠିରେ ଲେଖିଥିଲେ ଆକାଂକ୍ଷା। ଏଥିସହ ସେ ସାଥୀର ଆଧାର କାର୍ଡ଼, ସାର୍ଟିଫିକେଟ ଧରି ଆସିଥିଲେ। ଆକାଂକ୍ଷା ସିଂ ଗୋରଖପୁରରୁ ନୂଆଦିଲ୍ଲୀ ଯାଇଥିଲେ। ସେଠାରୁ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପ୍ରେମିକ ପୃଥିରାଜଙ୍କୁ କୋର୍ଟ ମ୍ୟାରେଜ କରିଥିଲେ।

ସେପଟେ ଝିଅକୁ ଅପହରଣ କରାଯାଇଥିବା ନେଇ ଆକାଂକ୍ଷାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉତ୍ତରପ୍ରଦେଶ ପୁଲିସ ମାମଲା ରୁଜୁ କରି ଆକାଂକ୍ଷାଙ୍କ ପଛେ ପଛେ ଭୁବନେଶ୍ୱରରେ ପହଞ୍ଚିଛି। ପୁଲିସ ଆକାଂକ୍ଷାଙ୍କୁ ଫେରାଇ ନେବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ଆକାଂକ୍ଷା ରୋକ୍‌ଠୋକ୍‌ ମନା କରିଦେଇଥିଲେ। ସେ ନାବାଳିକା ନୁହେଁ ସାବାଳିକା, ତାଙ୍କୁ କେହି ଅପହରଣ କରିନାହାନ୍ତି, ସେ ନିଜ ଇଚ୍ଛାରେ ଓଡ଼ିଶା ଆସି ଜୀବନ ସାଥୀଙ୍କୁ ବାହା ହୋଇଛନ୍ତି ବୋଲି ପୁଲିସକୁ କହିଥିଲେ।

ଶେଷରେ ମାମଲା ଯାଇ କୋର୍ଟରେ ପହଞ୍ଚିଥିଲା। ଏନେଇ ଆଜି ଭୁବନେଶ୍ୱର କୋର୍ଟରେ ସଂପୃକ୍ତ ଯୁବତୀଙ୍କ ଓ୍ୱାନ୍‌ ସି ଫୋର୍‌ (୧୬୪)ବୟାନ ରେକର୍ଡ କରାଯାଇଥିଲା। ଯୁବତୀ ଜଣକ ସାବାଳିକା ଓ ନିଜ ଇଚ୍ଛାରେ ଓଡ଼ିଶା ଆସିଛନ୍ତି। ଏଠି ବିବାହ କରି ସେ ଖୁସିରେ ଅଛନ୍ତି ବୋଲି କୋର୍ଟରେ କହିଛନ୍ତି। ଏହା ପରେ ସେ ଶାଶୁଙ୍କ ଘରକୁ ଚାଲି ଯାଇଛନ୍ତି। ଆଉ ତା’ପରେ ଖାଲି ହାତରେ ଉତ୍ତରପ୍ରଦେଶ ଫେରିଛି।

The post ଉତ୍ତରପ୍ରଦେଶ ଝିଅ ଏବେ ଓଡ଼ିଶା ବୋହୂ appeared first on Odisha Reporter.



from Odisha Reporter https://ift.tt/3xBPLWQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages