ଚାଲିଗଲେ ଗ୍ରେଟ ଖଲିଙ୍କ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ଚାଲିଗଲେ ଗ୍ରେଟ ଖଲିଙ୍କ ମା’

ନୂଆଦିଲ୍ଲୀ: ରେସଲର ତଥା WWEର ପୂର୍ବତନ ଚାମ୍ପିୟନ ଗ୍ରେଟ ଖଲିଙ୍କ ମା’ ତଣ୍ଡୀ ଦେବୀଙ୍କ ଦେହାନ୍ତ ହୋଇଛି। ମଲ୍ଟି ଅର୍ଗାନ ଫେଲ ଯୋଗୁ ସେ ଲୁଧିଆନାର ଧ୍ୟାନଚାନ୍ଦ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହସ୍ପିଟାଲ ପକ୍ଷରୁ ତଣ୍ଡୀ ଦେବୀଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ୨ ବର୍ଷ ହେଲାଣି ଖଲିଙ୍କ ମା’ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ପୂର୍ବରୁ ତାଙ୍କର ଚିକିତ୍ସା ଜଲନ୍ଧରରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ କରାଯାଉଥିଲା। ତେବେ ଗତ ସପ୍ତାହରେ ତାଙ୍କୁ ଲୁଧିଆନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରରୁ ଗୁରୁବାର ଠାରୁ ସେ ଭେଣ୍ଟିଲେଟରରେ ଥିଲେ।

ହେଲେ ଶେଷରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ତଣ୍ଡୀ ଦେବୀଙ୍କ ଅନ୍ତିମ ସଂସ୍କାର ଖଲିଙ୍କ ଜନ୍ମସ୍ଥାନ ହିମାଚଳ ପ୍ରଦେଶର ସିରାମୁର ଜିଲ୍ଲା ଅନ୍ତର୍ଗତ ଧିରାଇନା ଗାଁରେ ହେବ ବୋଲି ଜଣାପଡ଼ିଛି।

ଦିଲୀପ ସିଂହ ରାଣା ଓରଫ ଗ୍ରେଟ ଖାଲି ୨୦୦୦ ମସିହାରେ ପ୍ରଫେସନାଲ ରେସଲିଂରେ ଡେବ୍ୟୁ କରିଥିଲେ। ପଞ୍ଜାବ ପୁଲିସର ପୂର୍ବତନ ଅଧିକାରୀ ଖଲି ୨୦୦୬ରୁ ୨୦୧୪ ଯାଏ WWE ସହ ଜଡ଼ିତ ଥିଲେ। ୨୦୦୭ରେ ସେ ଜନ ସିନାଙ୍କୁ ହରାଇଥିଲେ।

ଏହାପରେ ସେ ୱାର୍ଲ୍ଡ ହେଭିୱେଟ ଚାମ୍ପିୟନଶିପ ବେଲ୍ଟ ଜିତିଥିଲେ। ସେ ୪ଟି ହଲିଉଡ ଓ ୨ଟି ବଲିଉଡ ସିନେମାନେ ମଧ୍ୟ ଅଭିନୟ କରିଛନ୍ତି। ସେ ପ୍ରଥମ ଭାରତୀୟ ରେସଲର ଭାବେ WWE ଚାମ୍ପିୟନଶିପ୍‌ ବେଲ୍ଟ ଜିତିବାର ରେକର୍ଡ କରିଥିଲେ।

The post ଚାଲିଗଲେ ଗ୍ରେଟ ଖଲିଙ୍କ ମା’ appeared first on Odisha Reporter.



from Odisha Reporter https://ift.tt/3wIzHT6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages