ଆଜିଠୁ ୟୁଟ୍ୟୁବରେ ପାଠପଢା, ଭଏସ କଲ୍‌ରେ ଦୂର ହେବ ଦ୍ୱନ୍ଦ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 20, 2021

ଆଜିଠୁ ୟୁଟ୍ୟୁବରେ ପାଠପଢା, ଭଏସ କଲ୍‌ରେ ଦୂର ହେବ ଦ୍ୱନ୍ଦ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ୟୁଟ୍ୟୁବରେ ପାଠପଢା ଆରମ୍ଭ ହୋଇଛି ।  କରୋନା ମହାମାରୀରେ ଦୀର୍ଘ ଦିନ ହେବ କ୍ଲାସରୁମ୍ ପାଠପଢା  ସ୍ୱାଭାବିକ ହୋଇପାରୁନଥିବା ବେଳେ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।  ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି ।

କେଉଁ ଦିନ କେଉଁ ବିଷୟରେ ପାଠପଢା ହେବ ସେନେଇ ରୁଟିନ୍ ବି ପ୍ରକାଶ ପାଇଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁଲାଇ ୩୧ ଯାଏଁ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ନ ଗୋଟାଏ ଯାଏଁ ଦିନକୁ ୪ଟି ପିରିୟଡ୍ ହେବ ।

ସେହିପରି ଜୁଲାଇ ୭ ତାରିଖ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ହେବ  । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏବଂ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବ । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ, ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ।

ଯଦିଓ ଓଡ଼ିଶାର ବହୁ ଉପାପ୍ତ ଅଞ୍ଚଳକୁ ଏ ଯାଏ ଇଣ୍ଟରନେଟ ସୁବିଧା ପହଞ୍ଚି ପାରିନି, ତେଣୁ ଏପରି ଶିକ୍ଷା ବ୍ୟବସ୍ଥା ଦ୍ୱାରା କେତେ ପ୍ରତିଶତ ପିଲା ଉପକୃତ ହେବେ ତାକୁ ନେଇ ଦ୍ୱନ୍ଦ ଆରମ୍ଭ ହୋଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମ ରାଜ୍ୟରେ ଏବେ ୪୦ ପ୍ରତିଶତ ପିଲାଙ୍କ ପାଖରେ ଇଣ୍ଟରନେଟ ସୁବିଧା ପହଞ୍ଚିପାରୁଛି। ହେଲେ ଉପାପ୍ତ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ରହୁଥିବା ୬୦ ପ୍ରତିଶତ ପିଲା ଏହି ସୁବିଧା ପାଇପାରୁ ନାହାନ୍ତି। ତେଣୁ ଏଥିନିମନ୍ତେ ଶିକ୍ଷକମାନେ ଭିଡିଓ କରି ସେମାନଙ୍କୁ ପାଠ ପଢ଼ାଇବେ ବ୍ୟବସ୍ଥା କରିବେ ବୋଲି ଜଣାଯାଇଛି।   ଏହାପରେ ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷକ ପହଞ୍ଚି କ୍ଲାସ କରିବାକୁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି।

The post ଆଜିଠୁ ୟୁଟ୍ୟୁବରେ ପାଠପଢା, ଭଏସ କଲ୍‌ରେ ଦୂର ହେବ ଦ୍ୱନ୍ଦ୍ୱ appeared first on Odisha Reporter.



from Odisha Reporter https://ift.tt/3wLwjqK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages